ରାୟଗଡା,୧୭/୦୬(ପିପିଟି); ରାୟଗଡା ଜିଲ୍ଲା ଗୁଣୁପୁର ଉପଖଣ୍ଡ ଅନ୍ତର୍ଗତ ଚନ୍ଦ୍ରପୁର ତହସିଲରେ ନୂତନ ତହସିଲଦାର ଭାଵେ ଚିନ୍ମୟ ଦାସ( ଓ.ପ୍ର.ସେ)କାର୍ଯ୍ୟରେ ଯୋଗଦାନ କରି ଉପଜିଲ୍ଲାପାଳଙ୍କୁ ସାକ୍ଷାତ ନିମନ୍ତେ ଗୁଣୁପୁର ଯାଇଥିବା ଜଣାପଡିଛି। ଏଥିପୂର୍ବର ତହସିଲଦାର ଲକ୍ଷ୍ମୀନାରାୟଣ ସାବତ (ଓଆରଏସ୍)ଙ୍କୁ ରାୟଗଡା ବ୍ଲକକୁ ଵଦଳି କରାଯାଇଛି। ନୂତନ ତହସିଲଦାର ଶ୍ରୀ ଦାସ ତହସିଲ କାର୍ଯ୍ୟାଳୟ ତଥା ଅଞ୍ଚଳର ସମସ୍ୟା ଉପରେ ସମସ୍ତ ବିଷୟ ସେକ୍ସନଅଫିସର ଵିଶ୍ବନାଥ ଶବର ଓ ସଦର ରାଜସ୍ବ ନିରୀକ୍ଷକ ବାପୁନୁ ଵେହେରା ଓ ଅନନ୍ତଙ୍କ ସହିତ ଆଲୋଚନା କରିଥିଲେ। ଚନ୍ଦ୍ରପୁରର ଜଣସାଧାରଣ ତହସିଲଦାରଙ୍କ ନିକଟରେ ଆଶା ରଖି ଅନୁରୋଧ କରିଛନ୍ତିଯେ, ପୂର୍ବଭଳି ସୁଯୋଗ ଦିଆନଯାଇ ବିନାଅନୁମତିରେ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ଫାଙ୍କି ଚନ୍ଦ୍ରପୁର, ଡାଙ୍ଗସୋରଡା, ବାଙ୍ଗରଡା ଆଦି ନଦୀରୁ ବେଆଇନ ବାଲି ଉଠାଣ,ବିନା କ୍ବାରୀରେ ଅନିୟମିତ ଭାଵେ ଡାଙ୍ଗସୋରଡା କ୍ରସରର ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ଫାଙ୍କି ବର୍ଷ ବର୍ଷ ଧରି ଡଡଗଣ୍ଡା, ପାଣ୍ଡ୍ରାଖାଲ ଛକ ଏବଂ ଵିଭିନ୍ନ ପଥର ବଣିରୁ ଚୋରାପଥର ଆସି କ୍ରସର ଚାଲୁଛି, ତା ଉପରେ କିପ୍ରକାର ଅଙ୍କୁଶ ଲାଗି ପାରିବ ଓ ନୂତନ ତହସିଲଦାର କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ, ତାହା ଦେଖିବାକୁ ଅଞ୍ଚଳବାସୀ ଆଶା ରଖିଛନ୍ତି।ତହସିଲଦାର ଶ୍ରୀ ଦାସ ୧୯୧୮ ବ୍ୟାଚର ଓଏଏସ,ଏଥିପୂର୍ବରୁ ସେ କଳାହାଣ୍ଡି ଜିଲ୍ଲାରେ ଟିଆରଓ ଭାବେ କାମ କରୁଥିଲେ ଓ ସେ ସେହି ଜିଲ୍ଲାର ଧର୍ମଗଡ଼ ଅଞ୍ଚଳର ବୋଲି ପ୍ରକାଶ।
(ରିପୋର୍ଟ – ନବୀନ ନାୟକ ବେହେରା। )