ଚଇତି ପର୍ବ ପାଳନ।

0 406

ତିର୍ତ୍ତୋଲ,୨୮/୦୪(ପିପିଟି); ଆଜି ଚୈତ୍ର ପୂର୍ଣ୍ଣିମାରେ କୈବର୍ତ୍ତ ସମୁଦାୟ ଚଇତି ପର୍ବ ମହାଆଡମ୍ବରରେ ପାଳନ କରିଥାନ୍ତି । କଟରା ପଞ୍ଚାୟତ ଅନ୍ତର୍ଗତ କଢାଙ୍ଗ ଗ୍ରାମର ମା ବାସୁଲେଇ ଠାକୁରାଣୀଙ୍କ ପୂଜାର୍ଚ୍ଚନା କୈବର୍ତ୍ତ ପରିବାର ଦ୍ଵାରା ଆୟୋଜନ କରାଯାଇଥିଲା। ଗାୟକ,ରାଉତ ଓ ରାଉତାଣୀଙ୍କ ଦ୍ଵାରା ଚଇତି ପର୍ବର ମାହାତ୍ମ୍ୟ ନୃତ୍ୟ ଓ ଵାଦ୍ଯ ଦ୍ଵାରା ପରିବେଷଣ କରାଯାଇଥିଲା । କୈବର୍ତ୍ତ ପରିବାର ମାନସିକ ପୂରଣ ନିମନ୍ତେ ପୂର୍ବରୁ ନିର୍ଦ୍ଧିଷ୍ଟ ସ୍ଥାନରୁ ନିମନ୍ତ୍ରିତ ଏକ କାଷ୍ଠ ନିର୍ମିତ ଘୋଡାମୁହଁକୁ ଗ୍ରାମ ଦେବାଦେବୀଙ୍କ ଦର୍ଶନ କରାଇ ନିଜ ଘରେ ସ୍ଥାପନା କରି କୁଳପୁରୋହିତଙ୍କ ଦ୍ଵାରା ପ୍ରତିଷ୍ଠା କରି ପଣା ଦେଇ ସ୍ଥାପନା କଲା ପରେ ହୋମ ଓ ଚଣ୍ଡୀ ପାଠ କରାଇଥାନ୍ତି । ଏହି ପର୍ବର ବିଶେଷତା ହେଉଛି ଘୋଡ଼ା ନାଚ । ପାରମ୍ପରିକ ବାଦ୍ୟ ସହ ଘୋଡ଼ା ନାଚ ଦେଖଣାହାରୀଙ୍କ ମନରେ ଏକ ଅପୁର୍ବ ଆନନ୍ଦ ସୃଷ୍ଟି କରିଥାଏ । ଗାଁ ଗାଁ ରେ ଘରକୁ ଘର ବୁଲି ଘୋଡ଼ା ନାଚ କରିବା ଆଗରୁ ପ୍ରାୟତଃ ସବୁ ଅଞ୍ଚଳରେ ଦେଖିବାକୁ ମିଳୁଥିଲା ।
(ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି ।)

Leave A Reply

Your email address will not be published.