ପୋଲସରା,୨୬/୦୪(ପିପିଟି); ପୋଲସରା ବ୍ଳକ ଅନ୍ତର୍ଗତ ଘୋଡାପଲାଣ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବରିଷ୍ଠ ବିଜେଡି ନେତା କିଶୋର ଚନ୍ଦ୍ର ପ୍ରଧାନଙ୍କ ଆଜି ସକାଳ ସାଢେ ନ ଘଣ୍ଟ ସମୟରେ ପରଲୋକ ଘଟିଛି। ସ୍ବର୍ଗତ ପ୍ରଧାନ ଦୀର୍ଘ ଦିନ ହେଲା ଗଳା କର୍କଟ ରୋଗରେ ପିଡୀତ ହୋଇ କଟକ ସ୍ଥିତ ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସାଳୟ ରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ନିଜ ଗ୍ରାମ କରଞ୍ଜରା ରେ ରହୁଥିଲେ। ରବିବାର ଦିନ ନିଶ୍ୱାସ ନେବାରେ କଷ୍ଟ ହେବାରୁ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ନିମନ୍ତେ ଆସିଥିଲେ। ତେବେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ହସ୍ପିଟାଲକୁ ନିଆଯାଇଥିଲା। ମାତ୍ର ଜରୁରୀ କାଳୀନ ୱାର୍ଡ ରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ଆଜି ସକାଳ ସାଢେ଼ ନ ଘଣ୍ଟ ସମୟରେ ତାଙ୍କର ପରଲୋକ ହୋଇଯାଇଥିଲା। ମୃତ୍ୟୁ ବେଳକୁ ସ୍ବର୍ଗତ ପ୍ରଧାନଙ୍କୁ ୬୦ ବର୍ଷ ହୋଇଥିଲା। ତାଙ୍କ ବିୟୋଗରେ ଘୋଡାପଲାଣ ଗ୍ରାମ ପଞ୍ଚାୟତରେ ଶୋକର ଛାୟା ଖେଳି ଯାଇଛି। ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଘୋଡାପଲାଣ ସ୍ବର୍ଗତ ପ୍ରଧାନଙ୍କ ଘରେ ପହଞ୍ଚି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମାବେଦନା ଜଣାଇଛନ୍ତି।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା ।)