ଘୁ. ଉଦୟଗିରି ନିର୍ବାଚନ ମଣ୍ଡଳୀର ନବ ନିର୍ବାଚିତ ବିଜେଡି ସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ।

0 61

ବାଲିଗୁଡା,୧୯/୦୭(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଘୁ. ଉଦୟଗିରି ନିର୍ବାଚନ ମଣ୍ଡଳୀର ଚାରୋଟି ବ୍ଲକ ଓ ଗୋଟିଏ ଏନ୍ଏସି ର ନୂତନ ଭାବେନିଯୁକ୍ତି ପାଇଥିବା ସଭାପତି ମାନଙ୍କୁ ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀ ବିଧାୟକ ସଲୁଗା ପ୍ରଧାନ ଫୁଲ ତୋଡା ଦେଇ ଅଭିନନ୍ଦନ ଜଣାଇଥିଲେ । ନବ ନିର୍ବାଚିତ ସଭାପତି ରାଇକିଆ ବ୍ଲକ ବିଜୁ ଜନତା ଦଳର ସଭାପତି ରାଜ ମୋହନ ଦିଗଲ , ଟିକାବାଲି ବ୍ଲକ ସଭାପତି ରୋଦନ ମଳିକ, ଘୁ.ଉଦୟଗିରି ବ୍ଲକ ସଭାପତି ଲିଙ୍ଗରାଜ କହଁର , ଦାରିଙ୍ଗବାଡି ବ୍ଲକ ସଭାପତି ଜ୍ୟୋତିରାଜ ପ୍ରଧାନ ଓ ଘୁ.ଉଦୟଗିରି ଏନ୍ଏସି ସଭାପତି ଗୋପାଳ କୃଷ୍ଣ ମହାପାତ୍ରଙ୍କୁ ବିଧାୟକ ଶ୍ରୀ ପ୍ରଧାନଙ୍କୁ କୃତଜ୍ଞତା ଜଣାଇଥିଲେ। ବିଧାୟକ ସମସ୍ତ ସଭାପତିଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା  ଜଣାଇବା ସହ ଫୁଲତୋଡା ଦେଇ ବ୍ଲକ ଓ ଏନଏସସି ଅଞ୍ଚଳରେ ରାଜ୍ୟ ସରକାରଙ୍କର ଜନ ହିତକର ଯୋଜନାରେ ଜନତାଙ୍କର ବିକାଶରେ ନେତୃତ୍ୱ ନେବାକୁ ବ୍ଲକ ସଭାପତି ମାନଙ୍କୁ ଆହ୍ୱାନ ଦେଇଥିଲେ। ଏଥିରେ ବିଧାୟକ ପ୍ରତିନିଧି ଦୀପକ କୁମାର ସାହୁଙ୍କ ସମେତ ବହୁ ବିଜେଡ଼ି କର୍ମୀ ଉପସ୍ଥିତ ଥିଲେ।

(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.