ଘୁମୁସର ଭଲିବଲ ଟୁର୍ଣ୍ଣାମେଣ୍ଟ; ଦିଗପହଣ୍ଡିକୁ ହରାଇ ମୋହନା ଚମ୍ପିୟାନ ।

0 250

ଭଞ୍ଜନଗର,୧୯/୦୨(ପିପିଟି): ଭଞ୍ଜନଗର ଏନଏସି ୯ନଂ ୱାର୍ଡ ତୋଟା ସାହି ଠାରେ ରୟାଲ କ୍ଲବ ତରଫରୁ ଘୁମୁସର ଭଲିବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚରେ ଆରୟାନ ସିକ୍ସ ଦିଗପହଣ୍ଡିକୁ ହରାଇ ଗଜପତି ଜିଲ୍ଲା ସେଣ୍ଟ ପିଟର ମୋହନା ଦଳ ଚମ୍ପିୟାନ ହୋଇଛି। ଶେଷ ଦିବସରେ ମୁଖ୍ୟ ଅତିଥି ଭାବେ ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର,ସମ୍ମାନିତ ଅତିଥି ରୂପେ ସମାଜସେବୀ ବିଶ୍ୱନାଥ ପ୍ରଧାନ, ଶିବ ଶଙ୍କର ନାୟକ, ବସନ୍ତ ପ୍ରଧାନ ଓ ୱାର୍ଡ ନଂ ୧,୩,୪ର କାଉନସିଲର ମାନେ ଯୋଗ ଦେଇଥିଲେ। ଗତକାଲି ମ୍ୟାଚ ଆରମ୍ଭରୁ ଉଭୟ ଦଳ ସଂଘର୍ଷପୂର୍ଣ ଖେଳ ପ୍ରଦର୍ଶନ କରି ଉପସ୍ଥିତ ଦର୍ଶକଙ୍କ ମନୋରଞ୍ଜନ କରିଥିଲେ।ମୋଟ ୫ଟି ସେଟ୍ ମଧ୍ୟରୁ ପ୍ରଥମ ସେଟ୍ ରେ ମୋହନା ଦଳ ବିଜୟୀ ହୋଇଥିବା ବେଳେ ଲଗାତାର ଭାବେ ଅନ୍ୟ ଦୁଇଟି ସେଟ୍ ଦିଗପହଣ୍ଡି ଦଳ ବିଜୟ ଲାଭ କରିବା ଯୋଗୁଁ ଫାଇନାଲ୍ ସେଟ୍ ପାଇଁ ଉଭୟ ଦଳ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା। ଶେଷରେ ମୋହନା ଦଳ ବିଜୟ ଲାଭ କରିଥିଲା। ବିଜୟୀ ଦଳକୁ ମୋଟ ୩୩,୩୩୩ଟଙ୍କା ସହ ଟ୍ରଫି ଏବଂ ରନର ଦଳକୁ ମୋଟ ୨୨,୨୨୨ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଛି । ଏଥିସହ ଉନ୍ନତ ଖେଳାଳୀ ମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଛି। ଏଥିରେ ଶରତ କୁମାର ରାଉତ ରେଫରି ଭାବେ ଦାୟିତ୍ୱ ତୁଲାଇଥିବା ବେଳେ କ୍ଲବର ଅନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ।
(ରିପୋର୍ଟ- ଜେକେ ପଟ୍ଟନାୟକ। )

Leave A Reply

Your email address will not be published.