ଘୁମୁସର ଭଲିବଲ ଟୁର୍ଣ୍ଣାମେଣ୍ଟ; ଦାରିଙ୍ଗବାଡିକୁ ହରାଇ ଅଡବା ସେମିରେ ।

0 328

ଭଞ୍ଜନଗର,୧୦/୦୨(ପିପିଟି): ଭଞ୍ଜନଗର ଏନ୍ଏସି ୯ନଂ ୱାର୍ଡ ତୋଟା ସାହି ଠାରେ ରୟାଲ କ୍ଲବ ତରଫରୁ ଘୁମୁସର ଭଲିବଲ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ମ୍ୟାଚରେ ଆଜି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ସହ ଗଜପତି ଜିଲ୍ଲା ଅଡ଼ବା ଦଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଉଭୟ ଦଳ ସଂଘର୍ଷପୂର୍ଣ ଖେଳ ପ୍ରଦର୍ଶନ କରି ଉପସ୍ଥିତ ଦର୍ଶକଙ୍କ ମନୋରଞ୍ଜନ କରିଥିଲେ। ମୋଟ ୩ଟି ସେଟ୍ ମଧ୍ୟରୁ ପ୍ରଥମ ଓ ତୃତୀୟ ସେଟ୍ ରେ ଅଡ଼ବା ଦଳ ବିଜୟୀ ହୋଇଥିବା ବେଳେ ଦ୍ଵିତୀୟ ସେଟ୍ ରେ ଦାରିଙ୍ଗବାଡି ବିଜୟୀ ହେବା ଯୋଗୁଁ ତୃତୀୟ ସେଟ୍ ରେ ଦର୍ଶକଙ୍କ ଉତ୍କଣ୍ଠା ବୃଦ୍ଧି ପାଇଥିଲା। ୨-୧ସେଟ୍ ରେ ବିଜୟ ଲାଭ କରି ଅଡବା ଦଳ ଆସନ୍ତା କାଲି ଦିଗପହଣ୍ଡି ସହ ପ୍ରଥମ ସେମି ଫାଇନାଲ୍ ମ୍ୟାଚ ଖେଳିବ। ଏହି ମ୍ୟାଚରେ ଶରତ କୁମାର ରାଉତ ରେଫରି ଦାୟିତ୍ୱ ତୁଲାଇଥିବା ବେଳେ କ୍ଲବର ଅନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ।
(ରିପୋର୍ଟ- ଜେକେ ପଟ୍ଟନାୟକ। )

Leave A Reply

Your email address will not be published.