ଘୁମୁସର ବିପ୍ଳବର ୨୬୭ ବର୍ଷ ପୂର୍ତ୍ତି ଦିବସ ପାଳିତ।

0 447

ଭଞ୍ଜନଗର,ତା-୨୭/୧୨(ପିପିଟି); ରବିବାର ଦିନ ଭଞ୍ଜନଗର ବାର ଆସୋସିଏସନ ସମ୍ମିଳନୀ କକ୍ଷ ଠାରେ ଘୁମୁସର ବିପ୍ଳବର ୨୬୭ ବର୍ଷ ପୂର୍ତ୍ତି ଦିବସ ପାଳନ ଅବସରରେ ଅର୍ଥନୈତିକ ସ୍ବାଧିନତା ମଞ୍ଚ ଓଡିଶା ,ଭଞ୍ଜନଗର ତରଫରୁ ଘୁମୁସର ବିପ୍ଳବ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅନୁଷ୍ଠାନର ସଭାପତି ଗୋପାଳକୃଷ୍ଣ ବିଷୋୟୀ, ସଂପାଦକ ଗୋପାଳ କୃଷ୍ଣ ଲେଙ୍କା , କବି ପ୍ରଶାନ୍ତ ମହାନ୍ତି,  ସାହତ୍ୟିକ ସୋମନାଥ  ନାୟକ, ଆଲୋଚକ ପ୍ରଦୀପ ପଟ୍ଟନାୟକ,  ସାହିତ୍ୟିକ ବିଚିତ୍ରାନନ୍ଦ ମୁନୀ,
ସଂସ୍କୃତି ଗବେଷକ ସୁରେନ୍ଦ୍ରନାଥ ଶତପଥୀ,ବାର ଆସୋସିଏସନ ସଭାପତି ଦଣ୍ଡପାଣୀ ସ୍ବାଇଁ, ସମାଜସେବୀ ବଂଶୀଧର ନାୟକ,ସଂସ୍କାରକ ଲକ୍ଷ୍ମୀକାନ୍ତ ନାୟକ ପ୍ରମୁଖ ମଞ୍ଚାସୀନ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ସଂଗଠନ ସଂପାଦକ ତଥା କବି ଅଶୋକ ସାହୁ ପ୍ରାରମ୍ଭିକ ସୂଚନା ଦେଇଥିବାବେଳେ କବି ରାଜେନ୍ଦ୍ର ବିଷୋୟୀ, ଅଧ୍ୟାପକ ଦୁର୍ଗା ମାଧବ ଦାଶ ସଙ୍ଗୀତ ପରିବେଷଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡକ୍ଟର ସୁରେଶ ପଣ୍ଡା, ଗଙ୍ଗାଧର ଦାଶ,ତ୍ରିନାଥ ବେହେରା, ସୁଜାତା ସିଂ, ନଳିନୀ ପ୍ରଭା ଦାଶ, ଉଷ୍ମିତା ମଞ୍ଜରୀ ମିଶ୍ର, ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଘୁମୁସର ଅଞ୍ଚଳ ଏକ କଳା,ସଂସ୍କୃତି,ଐତିହ୍ୟ ସଂପନ୍ନ ଅଞ୍ଚଳ ତଥା ଏଠାରେ ସଂଗଠିତ ଘୁମୁସର ବିପ୍ଳବ ଭାରତର ସ୍ବାଧିନତା ସଂଗ୍ରାମକୁ ଖୋରାକ ଯୋଗାଇଥିବା ପ୍ରଥମ ଆନ୍ଦୋଳନ । ଏଣୁ ଏହି ଆଲୋଚନାରେ ଘୁମୁସରବାସୀ ଜାତି,ଧର୍ମ,ଦଳ ଆଦି ନିର୍ବିଶେଷରେ ଘୁମୁସର ଜିଲ୍ଲା ଗଠନ ପାଇଁ ଏକଜୁଟ ହୋଇ ସ୍ବତନ୍ତ୍ର ଜିଲ୍ଲା ଦାବୀ ପାଇଁ ସମେବତ ସ୍ବର ଉତ୍ତୋଳନ କରିବାକୁ ମତ ପ୍ରକାଶ ପାଇଥିଲା ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.