ଘାଟ ନିର୍ମାଣ ସେବାସଂଘ ଆନୁକୂଲ୍ୟରେ ମା ମଣୀନାଗ ପୀଠରେ ବନାଗ୍ନି ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ।

0 222

ରଣପୁର,୨୭/୦୩(ପିପିଟି):ଜଙ୍ଗଲର ଉପକାରିତା ବୃକ୍ଷରୋପଣ କେନ୍ଦ୍ରରେ ସରକାରୀ ଓ ବେସରକାରୀ ସ୍ତରରେ ଆମର ଦାଇତ୍ଵ ଓ କର୍ତ୍ତବ୍ୟ ବିଷୟରେ ବୁଝାଇବା ସହିତ ଜଙ୍ଗଲରେ ନିଆଁ ଲାଗିଲେ ଗଛ କ୍ଷୟକ୍ଷତି ବିଷୟରେ ଆଲୋଚନା ହେବା ସହିତ ନିଆଁ ଲାଗିବାର କାରଣ ଓ ନିରାକରଣ ପାଇଁ ସମସ୍ତଙ୍କର ସହଯୋଗର ଆଶା କରାଯାଇଥିଲା। ଏଥିରେ ସଙ୍ଘର ସଭାପତି ବିଜୟ କୁମାର ମହାପାତ୍ର ସଭାପତିତ୍ବ କରିଥିଲାବେଳେ ମୁଖ୍ୟ ଅତିଥି ରଣପୁର ବନାଞ୍ଚଳ ଅଧିକାରୀ ଦେବାଶିଷ ଭୋଇ, ମୁଖ୍ୟ ବକ୍ତା ଅଧ୍ୟାପକ ପ୍ରମୋଦ କୁମାର ଲେଙ୍କା, ସମ୍ମାନୀତ ଅତିଥି ଫରେଷ୍ଟର ସୁଜାତା ବେହେରା ଏବଂ ଗୋପାଳ ଚନ୍ଦ୍ର ରଥ ପ୍ରମୁଖ ଯୋଗଦେଇ ଥିଲେ। ଶିକ୍ଷକ ଜୟନ୍ତ କୁମାର ପାତ୍ର ପରିଚୟ ପରିଚୟ ପ୍ରଦାନ କରିଥିବାବେଳେ ସମ୍ପାଦକ କୈଳାସ ଚନ୍ଦ୍ର ରଥ ଧନ୍ୟବାଦ ଅର୍ପଣ କରିଥିଲେ।

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.