ଘାଟନିର୍ମାଣ ସେବା ସଂଘର ଆନୁକୂଲ୍ୟରେ ୭୩ତମ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ।

0 293

ରଣପୁର,୧୯/୦୭(ପିପିଟି): ରଣପୁର ବ୍ଳକ ଅଞ୍ଚଳର ତଳ ମଣୀନାଗ ପୀଠରେ ଘାଟ ନିର୍ମାଣ ସେବା ସଂଘର ସଭାପତି କୈଳାସ ଚନ୍ଦ୍ର ରଥଙ୍କ ନେତୃତ୍ୱରେ ଶତାଧିକ ବୃକ୍ଷରୋପଣ କରାଯାଇଛି। ପରିବେଶକୁ ସବୁଜ ସୁନ୍ଦର ଅମ୍ଳଜାନ ଅଭାବକୁ ଆଖିଆଗରେ ରଖି ଏହି ବନମହୋତ୍ସବ କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଆମ୍ବ,ଜାମୁ, ବର କୋଳି,ବଉଳ, ପଣସ,ପିସ୍ତା ବାଦାମ, କାଜୁ ପଟାସ ଏବଂ ବିଭିନ୍ନ ପ୍ରକାର ଫୁଲଗଛ ଓ ଔଷଧୀୟ ଚାରା ମାନ ରୋପଣ କରିଥିଲେ। ତତ୍ ସହିତ ବୃକ୍ଷର ମହତ୍ତ୍ୱ ସମ୍ପର୍କରେ ଅବଗତ କରାଇବା ପାଇଁ ସଚେତନତା ସଭା କରାଯାଇ ଥିଲା। ଏଥିରେ ଘାଟ ନିର୍ମାଣ ସେବା ସଂଘର ସଦସ୍ୟ ମାନେ ଉପସ୍ଥିତ ରହି ଥିଲେ।

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.