ଘର ମୁଖ୍ୟ ଡେଙ୍ଗୁ ରେ ମୃତ୍ୟୁ ପରେ ବେସାହାରା ପରିବାର; ମୁଣ୍ଡ ଗୁଞ୍ଜିବାକୁ ପଲିଥିନ ଭରଷା ।

0 260

ବେଲଗୁଣ୍ଠା,୦୬/୦୯(ପିପିଟି): ଜଗନ୍ନାଥପ୍ରସାଦ ବ୍ଲକ୍ କୁଡୁତାଇ ଖାରିସାହି ର ନରେନ୍ଦ୍ର କୁମାର ନାୟକଙ୍କ ଡେଙ୍ଗୁରେ ମୃତ୍ୟୁ ପରେ ଏବେ ପରିବାରର ମୂଳଦୁଆ ଦୋହଲି ଯାଇଛି । ପତ୍ନୀ ଗୀତାଞ୍ଜଳି କିଭଳି ଦୁଇ ଛୁଆଙ୍କୁ ନେଇ ଜୀବନ କାଟିବେ ଚିନ୍ତାରେ ଭାଙ୍ଗିପଡିଛନ୍ତି । ମୁଣ୍ଡ ଗୁଞ୍ଜିବାକୁ ଘରଟିଏ ନାହିଁ । ପାଖରେ ୭୨ ବର୍ଷୀୟ ବିଧବା ଶାଶୁ ମଧ୍ୟ ରହିଛନ୍ତି । ଏବେ ପରିବାରର ଦୁର୍ଦ୍ଦଶା ଦେଖି ସାହି ବାସିନ୍ଦା ମଧ୍ୟ ଚିନ୍ତିତ । ୩୮ ବର୍ଷୀୟ ମୃତ ନରେନ୍ଦ୍ର ଭୁବନେଶ୍ୱର ସାଲିଆସାହି ନିରାଙ୍କାରୀ ନଗର ରେ ଘର ଭଡା ନେଇ ଟେଲରିଙ୍ଗ କାର୍ଯ୍ୟ କରି ନିଜ ପରିବାର ସହ ରହୁଥିଲା । ଗାଁ ରେ ମା ଏକାକୀ ରହୁଥିଲେ । ପୁଅ ସେଠାରେ ରହିଲେ ମଧ୍ୟ ମା ଙ୍କ ସବୁ ସୁବିଧା ଅସୁବିଧା ବୁଝୁଥିଲା । ଡେଙ୍ଗୁରେ ଆକ୍ରାନ୍ତ ହୋଇ ପ୍ରାୟ ଏକ ସପ୍ତାହ ଚିକିତ୍ସା ସମୟରେ ଗତ ୨୬ ତାରିଖ ଦିନ କଟକ ବଡ଼ ମେଡିକାଲରେ ଜୀବନ ଚାଲିଗଲା । ସଂପର୍କୀୟଙ୍କ ସହାୟତାରେ ଗାଁ କୁ ଶବ ଆସିଲା ଓ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି । ହେଲେ ପରିବାର ଲୋକ ରହିବା ପାଇଁ ଘର ନାହିଁ ଛୋଟିଆ କୁଡ଼ିଆରେ ମା ରହୁଥିଲେ ଏବେ ସମସ୍ତେ କେମିତି ରହିବେ । ଘର ସମ୍ମୁଖରେ ଚାରିଟି ଖୁଣ୍ଟ ପୋତି ଗୋଟିଏ କଳା ପଲିଥିନ ଟାଣି ଏହାରି ତଳେ ଏବେ ମା ଶୈଳ ନାୟକଙ୍କ ସହ ୧୧ବର୍ଷୀୟ ଝିଅ ଭିଦିଶା ,୯ ବର୍ଷୀୟ ପୁଅ ଆଦେଶ ଓ ଗୀତାଞ୍ଜଳି ଚାରି ପ୍ରାଣୀ ରହିବା ସହ ସାହିବାସିନ୍ଦା ଓ ସମ୍ପର୍କୀୟଙ୍କ ସହଯୋଗରେ ଶୁଦ୍ଧ କାର୍ଯ୍ୟ କରାଯାଉଛି । ୧୨ ଦିନ କାର୍ଯ୍ୟ ସରିବା ପରେ ସମ୍ପର୍କୀୟ ମାନେ ଯେଯା ବାଟରେ ଚାଲିଯିବେ ତାପରେ କଣ ହେବ । ଏଭଳି ଚିନ୍ତା ପତ୍ନୀ କୁ ଘାରିଛି । ଭବିଷ୍ୟତ ଚିନ୍ତା କରି ବାରମ୍ବାର ମୁର୍ଛା ହେଉଛନ୍ତି । ଗୀତାଞ୍ଜଳି ମଧ୍ୟ ଜଣେ ରୋଗୀ ତାଙ୍କର ବେକର ଏକ ଶିର ଲାଗିଯାଇଥିବା କାରଣରୁ ତାଙ୍କର ମଧ୍ୟ ଚିକିସ୍ଥା ହେଉଛି । ଦାମୀ ଇଂଜେକସନ ନେବାର ଅଛି । ଯେଉଁଥିରେ ପଚାଶ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତର କହିଛନ୍ତି । ନରେନ୍ଦ୍ରଙ୍କ ସାତ ଦିନ ଚିକିସ୍ଥାରେ ପ୍ରାୟ ୮୦ ହଜାର ରୁ ଉର୍ଦ୍ଧ୍ବ ଟଙ୍କା ସରିଯାଇଛି । ସେ ଅନେକ ଟଙ୍କା ବାକି ହୋଇଯାଇଥିବା ଜଣାପଡିଛି । କୌଣସି ବଦାନ୍ୟ ବ୍ୟକ୍ତି, ସଂଗଠନ କିମ୍ବା ପ୍ରଶାସନ ପକ୍ଷରୁ ଏହି ପରିବାର ପ୍ରତି ସହାୟତାର ହାତ ବଢାନ୍ତୁ ବୋଲି ଆଶା ରଖିଛନ୍ତି । ଏହି ପରିବାର ପାଇଁ ଗୋଟିଏ ଆବାସ ମଧ୍ୟ ନିହାତି ଆବଶ୍ୟକ ରହିଛି । ପଞ୍ଚାୟତ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଆବାସ ଯୋଜନାଁରେ ଏହି ପରିବାରକୁ ସାମିଲ କରିବାପାଇଁ ସାହିବାସିନ୍ଦା ଙ୍କ ପକ୍ଷରୁ ଦାବି ହୋଇଛି ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.