ଘର ଉପରେ ମାଡିଗଲା ଟ୍ରକ ଘଟଣା ସ୍ଥଳରେ ମହିଳାଙ୍କ ମୃତ୍ୟୁ ।

0 344

କଳାହାଣ୍ଡି,ତା-୨୧/୦୬(ପିପିଟି); କଳାହାଣ୍ଡି ଜିଲ୍ଲା ଏମ୍ ରାମପୁର ବ୍ଳକ ଅଇଁଲାପାଲି ଗାଆଁରେ ଶନିବାର ଦିନ  ଘର ଉପରେ ମାଡିଗଲା ଟ୍ରକ, ଘଟଣା  ସ୍ଥଳରେ ମହିଳାଙ୍କ ମୃତ୍ୟୁ ଘଟିଛି । ମହିଳା ଜଣଙ୍କ ନାମ ହେଉଛି ତୁଲସି ପସାୟତ । ଏମ୍ ରାମପୁର ରୁ ଗୋପାଳପୁର ରାୟପୁର  କୁ ସଂଯୋଗ କରୁଥିବା ୫୯ ନମ୍ବର ଜାତୀୟ ରାଜ ରାସ୍ତା ରେ ଟ୍ରକ ଓଭର ଟେକ୍ କରିବାକୁ ଯାଇ ତିନି ରୁ ଚାରିଟା ଘର ଉପରେ ମାଡିଗଲା ଟ୍ରକ ତିନି ନମ୍ବର ଘର ଭିତରେ ଥିବା ମହିଳା ଜଣଙ୍କ ଉପରେ ଚଢିଗଲା ଟ୍ରକ ଘଟଣାସ୍ଥଳରେ ମୃତ୍ୟୁଘଟିଛି  ଏବଂ ଜଣା ପଡିଛି ଯେ ସେ ଜଣେ ଅତି ନିରିହ ଗରିବ । ଦୁର୍ଘଟଣାକୁ  ଅଇଁଲାପାଲି ଗ୍ରାମ ବାସି ମାନେ ରାସ୍ତା ରୋକ କରିଥିଲେ । ଗ୍ରାମ ବାସି ଘଟଣାସ୍ଥଳରେ  ଘର ଗୁଡିକ ସମ୍ପୂର୍ଣ୍ଣ ଭାବରେ କ୍ଷୟ କ୍ଷତି ହୋଇଥିବାର କ୍ଷତି ପୂରଣ ଦାବି କରିଛନ୍ତି । ଘଟଣାସ୍ଥଳରେ ଏମ୍ ରାମପୁର ପୁଲିସ ଆସି ବୁଝା ସୁଝା କରିଛି  ଓ ଟ୍ରକ ଡ୍ରାଇଭରଙ୍କୁ  ଅଟକ ରଖିଛି ।
ରିପୋର୍ଟ –  ଭିଷ୍ମ ସାହୁ ।

Leave A Reply

Your email address will not be published.