ଭଞ୍ଜନଗର,୨୮/୦୪(ପିପିଟି); ଭଞ୍ଜନଗର ଥାନା ଅନ୍ତର୍ଗତ ଜାମପଲ୍ଲୀ ଛକ ନିକଟରେ ଏକ ଯାତ୍ରୀ ବାହି ମିନିବସ୍ ଧକ୍କାରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇ ଭଞ୍ଜନଗର ମେଡିକାଲ ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି।ଦୁର୍ଘଟଣାରେ ତାଙ୍କର ବାମ ହାତଟି ଭାଙ୍ଗି ଯାଇଥିବା ଜଣାପଡିଛି।ଆହତ ବ୍ୟକ୍ତି ଜଣକ ହେଲେ ଗାମୁଣ୍ଡି ଗ୍ରାମର ଗୟା ନାୟକ (୪୫) । ସୂଚନା ମୁତାବକ ବୁଧବାର ଦିନ ପ୍ରାୟ ୧୧ଟା ସମୟରେ ଗୟା ନିଜ ଗ୍ରାମ ଗାମୁଣ୍ଡି ରୁ ଚାଲି ଚାଲି ଜାମପଲ୍ଲୀକୁ ଆସୁଥିବା ବେଳେ ଭଞ୍ଜନଗର ରୁ ବେଲଗୁଣ୍ଠା ଅଭିମୁଖେ ଯାଉଥିବା ଏକ ଘରୋଇ ମିନିବସ୍ ତାଙ୍କୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ସେ ଛିଟିକି ପଡି ଗୁରୁତର ଭାବେ ଆହତ ହୋଇଥିଲେ। ତାଙ୍କୁ ଉଦ୍ଧାର କରାଯାଇ ଭଞ୍ଜନଗର ମେଡିକାଲ୍ ରେ ଭର୍ତ୍ତି କରାଯାଇଛି । ପୋଲିସ ପହଞ୍ଚି ଦୁର୍ଘଟଣା ଘଟାଇଥିବା ବସ୍ ଟିକୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )