ଘରେ ପଶି ମହିଳାଙ୍କୁ ଆଶାଳୀନ ବ୍ୟବହାର ସହ ପରିବାରକୁ ଆକ୍ରମଣ , ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ତ ହେଲେ ପିଡିତା ।

0 648

ହିଞ୍ଜିଳିକାଟୁ,୨୯/୦୯(ପିପିଟି); ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ରାଳବ ପଞ୍ଚାୟତରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଗତ ତା ୨୩/୦୯/୨୦ ରିଖ ଦଶାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ଦୁଇ ପରିବାର ମଧ୍ୟରେ ସାମାନ୍ୟ କଥା କୁ କେନ୍ଦ୍ର କରି ଉଚ୍ଚବାଚ ହୋଇଥିଲା । ଏହା କୁ କେନ୍ଦ୍ର କରି ଘଟଣା ଦିନ ରାତି ପ୍ରାୟ ୭ଘଣ୍ଟ ୧୦ମିନଟ ସମୟରେ ମାଧବ ପୃଷ୍ଟି (୨୫) ପିତା କାମ୍ପ ପୃଷ୍ଟି, କୃଷ୍ଣ ପୃଷ୍ଟି (୩୮),ପିତା କାମ୍ପ ପୃଷ୍ଟି ଏବଂ ସନା ରାଉତ (୪୬) ପିତା ଲିଙ୍ଗା ରାଉତ ସଂଘବଦ୍ଧ ହୋଇ ବାଞ୍ଛା ରାଉତଙ୍କ ଘରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଘରମଧ୍ୟକୁ ଧସେଇ ପଶିଥିଲେ । ଏହି ସମୟରେ ବାଞ୍ଛା ରାଉତଙ୍କ ସ୍ତ୍ରୀ ଗୀତା ରାଉତ କାହିଁକି ଗାଳିଗୁଲଜ କରୁଚ କହି ତାଙ୍କୁ ଏଥିରୁ ନିବୃତ୍ତ ରହିବା ପାଇଁ ଅନୁନୟ ବିନୟ ହୋଇ ନିବେଦନ କରିଥିଲେ କିନ୍ତୁ ଉକ୍ଷିପ୍ତ କୃଷ୍ଣ ,ସନା ଓ ମାଧବ ଜୋର ଜବରଦସ୍ତ ଘର ଭିତରେ ପଶି ଘରେ ଶୋଇଥିବା ବାଞ୍ଛା ରାଉତଙ୍କୁ ଉଠାଇ ପ୍ରବଳ ମାଡ ମାରିବା ସହ ମୁଣ୍ଡ ଫଟେଇ ଦେଇଥିବା ଗୀତ ରାଉତ ଥାନାରେ ଅଭିଯୋଗ କରିଛନ୍ତି । ଗୀତା ରାଉତ ଓ ତାଙ୍କ ଦିଅର ଡିଲି ରାଉତ ବାଞ୍ଛା ରାଉତଙ୍କୁ ପଥର ,ଠେଙ୍ଗା ଦ୍ୱାରା ଆକ୍ରମଣ ହୋଉଥିବା ଦେଖି ଛଡ଼ାଇ ପାଇଁ ଚେଷ୍ଟା କରିଥିଲେ । ଏହି ସମୟରେ ଅଭିଯୁକ୍ତ ମାନେ ଗୀତା ରାଉତଙ୍କ ଦିଅର ଡିଲି ରାଉତଙ୍କୁ ପଥର ଦ୍ୱାରା ଆକ୍ରମଣ କରିଥିବା ବେଳେ ଖୋଦ ଗୀତା ରାଉତଙ୍କୁ ବାଡ଼ିଆମରା କରିବା ସହ ପିନ୍ଧା ଲୁଗାକୁ ସମ୍ପୂର୍ଣ୍ଣ ଫାଡ଼ି ଉଲଂଘନ କରି ମାଡ ମାରିଥିବା ଶ୍ରୀମତୀ ରାଉତ ଅଭିଯୋଗ କରିଛନ୍ତି । ଏଭଳି ଅଭାବନୀୟ ଘଟଣା ପରେ ଥାନାକୁ ଜଣାଇ ଚିକିତ୍ସିତ ହୋଇ ଶ୍ରୀମତୀ ଗୀତା ରାଉତ ୨୩ ତାରିଖ ରାତିରେ ଥାନାରେ ଏକ ଏତଲା ଦେଇଥିଲେ। ଘଟଣାକୁ ୭ଦିନ ବିତି ଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନଥିବା ଶ୍ରୀମତୀ ରାଉତ କ୍ଷୋଭ କରିଛନ୍ତି ।ଏତଲା ପରେ ପରେ କିଛି ବ୍ୟକ୍ତି ମାଧ୍ୟମରେ ଘଟଣାକୁ ରାଫା ଦଫା ପାଇଁ ଗ୍ରାମରେ ବାଧ୍ୟ କରାଯାଇଥିବାରୁ ଶ୍ରୀମତୀ ରାଉତ ଦୁଃଖ ଭରା କଣ୍ଠରେ ପ୍ରକାଶ କରିଛନ୍ତି ।ଏଣୁ ଆଜି ଅର୍ଥାତ ତା ୨୯/୦୯/୨୦ ରିଖ ମଧ୍ୟାହ୍ନରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଘଟଣାର ଉପଯୁକ୍ତ ତଦନ୍ତ ସହ ନ୍ୟାୟ ପାଇଁ ଆକୁଳ ନିବେଦନ କରିଥିବା ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । (ରିପୋର୍ଟ-ଶାନ୍ତନୁ କୁମାର ବେହେରା ।)

Leave A Reply

Your email address will not be published.