ବୋଲଗଡ଼, ୧୧/୦୮(ପିପିଟି): ଓଡିଶା ପୁରପଲ୍ଲୀରେ ରାଧାକୃଷ୍ଣଙ୍କ ପ୍ରେମ ଗାଥା ମିଳନକହାଣୀକୁ ନେଇ ଝୁଲଣଯାତ୍ରା ଭାବରେ ପାଳନ ହୋଇ ଆସୁଛି। ଏହି ପର୍ବକୁ ଖୋର୍ଦ୍ଧା ଜିଲ୍ଲା ର ବୋଲଗଡ ବ୍ଳକ ଅଧିନସ୍ଥ ମୁଗୁମଣ୍ଡା ଗ୍ରାମର ଘନଶ୍ୟାମ କଳ୍ପତରୁ ଶାନ୍ତି ଆଶ୍ରମ ରେ ବହୁ ଦିନରୁ ଝୁଲଣ ଯାତ୍ରା ପାଳିତ ହୋଇଆସୁଛି। କରୋନା କଟକଣା ଯୋଗୁଁ ପୂର୍ବଭଳି ଆଡମ୍ବର ରେ ପାଳନ ନହେଉଥିଲେ ମଧ୍ୟ ପାରମ୍ପାରିକ ଭାବେ ଏହିଯାତ୍ରା କିଛି ଭକ୍ତ ଓ ଆଶ୍ରମ ଅନ୍ତେବାସୀ ଙ୍କୁନେଇ ପାଳନ ହେଉଅଛି। ଦୀର୍ଘ ତିନିଦିନ ଧରି ଝୁଲଣ ମଣ୍ଡପର ଦୋଳିରେ ରାଧା କୃଷ୍ଣଙ୍କ ଫଟକୁ ସୁସଜ୍ଜିତକରି ଭକ୍ତିରେ ନୃତ୍ୟ ଗୀତକରି ଠାକୁରଙ୍କୁ ଝୁଲାଇ ଝୁଲଣ ପର୍ବପାଳନ କରାଯାଇଛି।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)