ଘନଘନ ବିଦ୍ୟୁତ କାଟ ସାଙ୍ଗକୁ ବିଜୁଳି ଦରର ଅହେତୁକ ବୃଦ୍ଧି ପ୍ରତିବାଦରେ ବିଜେପି ତରଫରୁ ଦାବି ପତ୍ର ପ୍ରଦାନ ।

0 266

କନ୍ଧମାଳ,୧୭/୦୭(ପିପିଟି): କରୋନା ମହାମାରୀ ସମୟରେ ସର୍ବସାଧାରଣ ଖଟିଖିଆ ଦିନ ମଜୁରିଆଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଥିବା ବେଳେ ଅନ୍ୟପଟେ ଘନଘନ ବିଦ୍ୟୁତ କାଟ ସାଙ୍ଗକୁ ବିଜୁଳି ଦରର ଅହେତୁକ ବୃଦ୍ଧି ଜନ ଜୀବନକୁ ଅସ୍ତବ୍ୟସ୍ତ କରି ପକାଇଲାଣି । ଏ ନେଇ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଭାଜପା ତରଫରୁ ବିଜୁଳି ଦରବୃଦ୍ଧି ଏବଂ ବାରମ୍ବାର ବିଜୁଳି କାଟ ବିରୁଦ୍ଧରେ ଓ ଦରବୃଦ୍ଧି ପ୍ରତ୍ୟାହୃତ ଦାବିରେ, ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଭାରତୀୟ ଜନତା ପାର୍ଟି ତରଫରୁ ଫିରିଙ୍ଗିଆ ମଣ୍ଡଳ ସଭାପତି ଗଣେଶ ସାହୁ ଓ ନୂଆଁପଦର ମଣ୍ଡଳ ସଭାପତି ଗୋପିନାଥ କହଁରଙ୍କ ନେତୃତ୍ୱରେ ଏକ ଦାବୀପତ୍ର ବିଦ୍ୟୁତ ବିଭାଗୀୟ ଅଧିକାରୀଙ୍କ ଅନୁପସ୍ଥିତିରେ କାର୍ଯ୍ୟାଳୟର କର୍ମଚାରୀଙ୍କୁ ପ୍ରଦାନ କରାଯାଇଛି ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାଧାରଣ ସଂପାଦକ ଲିଙ୍ଗରାଜ ଦଳବେହେରା, ଜିଲ୍ଲା ଉପ ସଭାପତି ରମେଶ ଚନ୍ଦ୍ର ମହାନ୍ତି (ବନ ଭାଇ), ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଗୋଲକ କହଁର ଓ ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସଂପାଦକ ବିଶ୍ୱରଂଜନ ଦାସ,ବନମାଳୀ କହଁର ପ୍ରମୁଖ ସ୍ଥାନୀୟ କର୍ମ କର୍ତ୍ତା ଉପସ୍ଥିତ ଥିଲେ ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.