ଭଞ୍ଜନଗର,୦୩/୦୩(ପିପିଟି):ଭଞ୍ଜନଗର ଶଙ୍ଖ ସାହି ନିକଟରୁ ଗୁରୁବାର ଯୋଗାଣ ବିଭାଗ ଏକ ଗ୍ୟାସ ସିଲିଣ୍ଡର ବୋଝେଇ ପିକଅପ ଭ୍ୟାନକୁ ଅଟକ ରଖି ଆବଶ୍ୟକୀୟ କାଗଜପତ୍ର ପ୍ରଦାନରେ ଅବହେଳା କାରଣରୁ ୫ହଜାର ଟଙ୍କା ଅର୍ଥଦଣ୍ଡ ଆଦାୟ କରିଥିବା ଜଣାପଡ଼ିଛି।ଜଗନ୍ନାଥ ପ୍ରସାଦ ବ୍ଲକ ରୂଢl ପଦର ଠାରେ ଥିବା ଏଜ ଗ୍ୟାସ ଡିପୋରୁ ଉକ୍ତ ଭ୍ୟାନ ମୋଟ ୫୬ଗୋଟି ଘରୋଇ ବ୍ୟବହାର ଗ୍ୟାସ ସିଲିଣ୍ଡର ଆଣି ଭଞ୍ଜନଗର ସହରର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଯୋଗାଉଥିବା ଖବର ପାଇ ଯୋଗାଣ ବିଭଗ ଅଧିକାରୀ ଲିଙ୍ଗରାଜ ବେହେରା ଓ ଅନ୍ୟ କର୍ମଚାରୀମାନେ ସେଠାରେ ଚଢ଼ାଉ କରିଥିଲେ। ହେଲେ ଗାଡ଼ି ଚାଳକ ସେମାନଙ୍କୁ ଗ୍ୟାସ ସିଲିଣ୍ଡର ବଣ୍ଟନ ସମର୍କିତ କୌଣସି କାଗଜପତ୍ର ଦେଖାଇ ପାରି ନଥିଲା। ଫଳରେ ଯୋଗାଣ ବିଭାଗ ଗାଡ଼ିଟିକୁ ଅଟକ ରଖି ପଚରା ଉଚରା କରିବା ପରେ ବହୁ ବିଳମ୍ବରେ ଉକ୍ତ ଗ୍ୟାସ ବିତରଣ ସଂସ୍ଥାର କର୍ମଚାରୀ ଆଣି କାଗଜପତ୍ର ଦେଖାଇ ଥିଲେ।ହେଲେ ବିନା କାଗଜପତ୍ରରେ ଘରୋଇ ଗ୍ୟାସ ବିତରଣ କରୁଥିବା ଅଭିଯୋଗରେ ଉକ୍ତ ସଂସ୍ଥା ଠାରୁ ଅର୍ଥଦଣ୍ଡ ଆଦାୟ କରାଯାଇଥିବା ସୂଚନା ମିଳିଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )
Prev Post