ଗ୍ୟାସ ସିଲିଣ୍ଡରରୁ ଅଗ୍ନିକାଣ୍ଡ ଘଟି ଆସବାବପତ୍ର ନଷ୍ଟ ।

0 359

ଭଞ୍ଜନଗର,୨୮/୦୩(ପିପିଟି): ଭଞ୍ଜନଗର ସହରର ବ୍ରାହ୍ମଣସାହିରେ ଆଜି ମଧ୍ୟାହ୍ନ ସମୟରେ ଘରୋଇ ଗ୍ୟାସ୍ ଲିକ୍ କୁନେଇ ଅଗ୍ନିକାଣ୍ଡ ଘଟିଛି। ଏଥିରେ କାହାରି କିଛି କ୍ଷତି ଘଟି ନଥିବା ବେଳେ ଅଗ୍ନିକାଣ୍ଡରେ ଘରର ସମସ୍ତ ଆସବାପତ୍ର ଜଳି ପୋଡି ନଷ୍ଟ ହୋଇଯାଇଛି। ଉକ୍ତ ସାହିର ସନ୍ତୋଷ କୁମାର ପାଢୀଙ୍କ ଘରେ ଆଜି ରୋଷେଇ କରିବା ପାଇଁ ଏକ ଗ୍ୟାସ ସିଲିଣ୍ଡର ସଂଯୋଗ କରୁଥିବା ସମୟରେ ଗ୍ୟାସ୍ ଲିକ୍ ହେଉଥିବା ଅନୁମାନ କରିଥିଲେ । ଏହାପରେ ସେଥିରେ ହଠାତ୍ ନିଆଁ ଲାଗିଯାଇ ସେହି ଘରେ ରହିଥିବା ବିଭିନ୍ନ ଘରୋଇ ବ୍ୟବହାର ସାମଗ୍ରୀ ଜଳି ପୋଡି ନଷ୍ଠ ହୋଇଯାଇଥିଲା । ଖବର ପାଇଁ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଫୋମ୍ ସ୍ପ୍ରେ ସାହାଯ୍ୟରେ ବ୍ୟାପିଥିବା ନିଆଁକୁ ନିୟନ୍ତ୍ରଣ କରିବା ସହ ସିଲିଣ୍ଡରକୁ ଖୋଲା ସ୍ଥାନକୁ ବାହାର କରିଥିଲେ । ଏହାପରେ ପାଣି ଦ୍ବାରା ନିଆଁକୁ ନିୟନ୍ତ୍ରଣ କରିଥିଲେ ।
(ରିପୋର୍ଟ- ଜେକେ ପଟ୍ଟନାୟକ। )

Leave A Reply

Your email address will not be published.