ଗ୍ରୋସରୀ ସାମଗ୍ରୀ ଓ ପନି ପରିବା ମହଙ୍ଗା ମାଡ଼ରେ ଖାଉଟିଙ୍କ ମୁଣ୍ଡରେ ଚଡକ।

0 280

ବୋଲଗଡ,୨୦/୦୭(ପିପିଟି):ଦିନକୁ ଦିନ ଗ୍ରୋସରୀ ଓ ପରିବା ସାମଗ୍ରୀର ଦରଦାମ ହୁ ହୁ ହୋଇ ବୃଦ୍ଧି ପାଇ ବାରେ ଲାଗିଛି।କିଛିଦିନ ଧରି ପରିବା ସାମଗ୍ରୀର ଆକାଶ ଛୁଆଁ ଦରଦାମ ବୃଦ୍ଧି ହୋଇଥିବା ବେଳେ ଏବେ ଗ୍ରୋସରୀ/ତେଜରାତି ସାମଗ୍ରୀଦର ବୃଦ୍ଧି ପାଇବାରେ ଲାଗିଛି। ଫଳରେ ବୋଲଗଡ ବ୍ଲକଅଞ୍ଚଳର ଗରିବ ଖଟିଖିଆ ଦିନମଜୁରିଆ ଓ ମଧ୍ୟବିତ୍ତ ପରିବାର ଉପରେ ଚଡ଼କ ପଡିଛି l ବୋଲଗଡ ବ୍ଲକଅଞ୍ଚଳର ଜନସାଧାରଣମାନେ ମୁଖ୍ୟତଃ କୃଷି ଉପରେ ନିର୍ଭରକରି ପରିବାର ଭରଣ ପୋଷଣ କରୁଅଛନ୍ତି। କୃଷି କ୍ଷେତ୍ରକୁ ଜଳସେଚନ ସୁବିଧା ନଥିବାରୁ ଏକଫସଲିରେ ସନ୍ତୁଷ୍ଟ ହେବାକୁ ପଡୁଛି। ଅନ୍ୟପଟେ ଧାନର ଦାମ ବୃଦ୍ଧିନହେବା ଫଳରେ ଚାଷପ୍ରତି ମନ କମାଇବା ନେଇ ସ୍ଥାନୀୟ କୃଷକମାନେ ପ୍ରକାଶ କରିଅଛନ୍ତି l ବୋଲଗଡ ବ୍ଲକ ଅଞ୍ଚଳରେ କଳକାରଖାନା ଓ ବେସରକାରୀ ଶିଳ୍ପ ପ୍ରତିଷ୍ଠାନ ନଥିବାଯୋଗୁଁ ବେକାରୀ ସଂଖ୍ୟା ବୃଦ୍ଧିପାଇବା ସହିତ ପରିବାର ଭରଣ ପୋଷଣ ପାଇଁ ରାଜ୍ୟ ବାହାରକୁ ଯାଇ ଦାଦନ ଖଟିବାକୁ ପଡୁଛି। ବୋଲଗଡ ବ୍ଲକ ଅଞ୍ଚଳର ଶତକଡା ନବେ ଭାଗ ଲୋକ କୃଷି ଉପରେ ନିର୍ଭରକରି ଚଳୁଥିବାବେଳେ ରାଜ୍ୟସରକାର ଓ କେନ୍ଦ୍ରସରକାରଙ୍କ ୧ଟଙ୍କିଆ ଚାଉଳ ବଣ୍ଟନ ରାହା ସାଜିଛି ସତ କିନ୍ତୁ ଗ୍ରୋସରୀ ଓ ପରିବା ଦର ଅହେତୁକ ବୃଦ୍ଧିଯୋଗୁଁ ବଡ଼ ସମସ୍ୟା ଦେଖାଦେଇଛି।ବୋଲଗଡ ବଜାରର ଦରଦାମ ଟମାଟ କିଲୋପିଛା ୧୬୦, ବାଇଗଣ କିଲୋପିଛା ୬୦, କାଙ୍କଣ କିଲୋପିଛା ୭୦, ପୋଟଳ କିଲୋପିଛା ୬୦, କଖାରୁ କିଲୋପିଛା ୫୦, ଭେଣ୍ଡି କିଲୋପିଛା ୪୫, କଲରା କିଲୋପିଛା ୫୦, କାକୁଡି କିଲୋପିଛା ୪୦, ସଜନା ଛୁଇଁ କିଲୋପିଛା ୭୦, ଲଙ୍କା କିଲୋ ପିଛା ୨୨୦, ଅଦା କିଲୋ ୩୨୦ ପରିବାଦର ଆକାଶ ଛୁଆଁଥିବାବେଳେ ସେଭଳି ଭାବରେ ଗ୍ରୋସରୀ ସାମଗ୍ରୀରେ ହରଡ଼ଡାଲି କିଲୋପିଛା ୧୬୦, ରିଫାଇନତେଲ ଲିଟରପିଛା ୧୦୦, ସୋରିଷତେଲ ଲିଟରପିଛା ୧୩୫, ଅଟା କିଲୋପିଛା ୪୫, ସୁଜିକିଲୋପିଛା ୪୦, ଚିନିକିଲୋପିଛା ୫୦ ଗ୍ରୋସରୀ ସାମଗ୍ରୀର ଦରଦାମ ଅହେତୁକ ବୃଦ୍ଧି ଯୋଗୁଁ ସାଧାରଣ ଲୋକମାନଙ୍କର ପରିବାର ପୋଷଣରେ ବଡ଼ ସମସ୍ୟା ଦେଖାଦେଇଛି l ଗ୍ରୋସରୀ ଓ ପରିବା ସାମଗ୍ରୀର ଆକାଶ ଛୁଆଁ ଦରବୃଦ୍ଧିରେ କଳାବଜାରୀଙ୍କ ଉପରେ ଦୃଢକାର୍ଯ୍ୟାନୁଷ୍ଠାନ ନିମନ୍ତେ ବୋଲଗଡ ବ୍ଲକ ଅଞ୍ଚଳର ଜନ ସାଧାରଣ ମାନେ ଅନୁରୋଧ କରିଅଛନ୍ତି। ତେବେ ବୋଲଗଡ ବ୍ଲକ ଅଞ୍ଚଳର ଅର୍ଥନୀତିଜ୍ଞ ମାନଙ୍କ କହିବା ଅନୁସାରେ ବର୍ତ୍ତମାନ ନିଜ ବାଡ଼ିରେ ବିଭିର୍ଣ୍ଣ ପରିବା ଫସଲ କରିପାରିଲେ ପରିବା ଦରଦାମରୁ ଆଶ୍ବସ୍ତି ମିଳିବା ସହିତ ଶରୀର ନିରୋଗ ରହିବ ବୋଲି କହିଅଛନ୍ତି।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.