ଗ୍ରୀନକ୍ଲବ୍ ସ୍ଵେଚ୍ଛାସେବୀଙ୍କ ଦ୍ଵାରା ବୃକ୍ଷରୋପଣ ।

0 451

କୋଦଳା,୦୨/୦୮(ପିପିଟି); ଆଜିକାଲିର ବ୍ୟସ୍ତତାଭରା ଜୀବନ ରେ କିଏ ବା କାହିଁକି ଜନସେବା କରିବାକୁ ବାହାରିବ କିନ୍ତୁ କୋଦଳାରେ ଏମିତି ଗୋଟିଏ ଅନୁଷ୍ଠାନ ଅଛି ଯାହାର ସମସ୍ତ କର୍ମକର୍ତ୍ତା ଉଚ୍ଚଶିକ୍ଷିତ, କାର୍ଯ୍ୟବ୍ୟସ୍ତ । ଏହାରି ଭିତରେ ବୃକ୍ଷରୋପଣୋ ସେମାନଙ୍କ ଏକ ନିଶାରେ ପରିଣତ ହୋଇଯାଇଛି । ଟିକିଏ ଫୁରୁସତ ମିଳିଲେ ଲାଗିଯାଆନ୍ତି ବ୍ରୁକ୍ଷ୍ଯରୋପଣ ରେ । ଛାଇ,ଫୁଲ,ଫଳ ଓ ଔଷଧିୟ ବୃକ୍ଷ ସନ୍ଧାନରେ ଥାନ୍ତି ସେମାନେ । ଏହାକରି ଜନସାଧାରଣ ସମେତ ପ୍ରଶାସନର ମଧ୍ୟ ପ୍ରିୟଭାଜନ ହୋଇପାରିଛନ୍ତି ଏହି ସ୍ଵେଛାସେବୀ ସଙ୍ଗଠନ। ଏହାରି ଭିତରେ ରବିବାର ଉକ୍ତ ଅନୁଷ୍ଠାନର କିଛି ସ୍ଵେଚ୍ଛାସେବୀ ଯୁବକ ସ୍ଵର୍ଣ୍ଣମୟୀ ହାଇସ୍କୁଲ ସମ୍ମୁଖ ରାସ୍ତା ଏବଂ ପୁଲିସ ଥାନା ରୋଡରେ ବୃକ୍ଷ ଲଗାଇବାରେ ବ୍ୟସ୍ତ ଥିଲେ ।ସେମାନଙ୍କୁ ଯୋଗାଯୋଗ କରିବାରେ ସେ କହିଥିଲେ ଯେ ଆମ୍ଭ ଅନୁଷ୍ଠାନ ସମସ୍ତ ସାମାଜିକ କାର୍ଯ୍ୟରେ ଯୋଗଦେବାକୁ ଇଛା କରି ଯେତେ ପାରିବୁ ଯୋଗ ଦେଉଛୁ ।”ବୃକ୍ଷ ହିଁ ଜୀବନ “ସହରର ଅନେକ ସ୍ଥାନରେ ବୃକ୍ଷ ରୋପଣ କାର୍ଯ୍ୟ ଚାଲୁରହିଛି ।ଗଛ ଲଗାଇ ସେମାନଙ୍କ ଯତ୍ନନେବା ସହିତ ପ୍ରତ୍ୟକ ଗଛ କେମିତି ବଞ୍ଚିରହିବ ସେଥିପ୍ରତି ଦୃଷ୍ଟି ଦେବାକୁ ପଡୁଛି । ଏଣୁ ବ୍ୟତିବସ୍ତ ନହୋଇ ଅଳ୍ପ ଗଛ ଲଗାଇ ସେଗୁଡିକୁ ବଞ୍ଚାଇ ରଖିବାକୁ ଯଥାସାଧ୍ୟ ଚେଷ୍ଟାକରୁଛୁ ବୋଲି ଅନୁଷ୍ଠାନର ସଭାପତି ମନୋଜ କୁମାର ପାଢ଼ୀ ପ୍ରକାଶ କରିଛନ୍ତି । ଆଜି ଆମ୍ଭେ ବିଭି୍ନ୍ନ କିସମର ୨୦୦ଗଛ ଲଗାଇବାକୁ ଇଛାକରି କାର୍ଯ୍ୟ ଆରମ୍ଭ କରିଛୁ । ବର୍ତ୍ତମାନ ସୁଦ୍ଧା ୪୦ଗଛ ଲଗାଇଛୁ । କାର୍ଯ୍ୟ ଚାଲୁ ରହିଛି । ପୁରୁଣା ଗଛମୂଳ ଗୁଡିକୁ ମଧ୍ୟ ସଫାସୁତୁରା କରି ଜାଲିବାଡ ଦେଉଛୁ । ଜନସାଧାରଣ ଏବଂ ପ୍ରଶାସନ ସମ୍ପୂର୍ଣ ସହଯୋଗ କରୁଛନ୍ତି । ଏହା କରିବା ଦ୍ଵାରା ଆତ୍ମସନ୍ତୋଷ ଲାଭ କରୁଛୁ । ଏମିତି ଟିକିଏ ସମୟ ମିଳିଲେ ବ୍ରୁକ୍ଷ୍ଯରୋପଣ କରିବୁ ବୋଲି କହିଥିଲେ । କ୍ଲବର ଅନ୍ୟମାନଙ୍କ ମଧ୍ୟରେ ଲୋଚନ ମୁନି , ଦିପୁ ଶତପଥୀ , ମିଟୁ ପୋଲେଈ , ବବୁଲ ପରିଡା ପ୍ରମୁଖ ଉକ୍ତକାର୍ଯ୍ୟରେ ଯୋଗଦେଇଥିଲେ । ଏହି ଅନୁଷ୍ଠାନର ସାମାଜିକ କାର୍ଯ୍ୟ ତଥା ବୃକ୍ଷ ଲଗାଇବା ଏଵଂ ସେମାନଙ୍କ ସଠିକଯତ୍ନ ନେଉଥିବାରୂ ଅଞ୍ଚଳବାସୀ ଆନନ୍ଦ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.