ଗ୍ରାମ୍ୟ ଜଳଯୋଗାଣ ଶ୍ରମିକଙ୍କ ପ୍ରେସମିଟ୍ ସହ କ୍ଷୋଭପ୍ରଦର୍ଶନ।

0 283

ରାୟଗଡା,୦୬/୦୭(ପିପିଟି); ବିଷମକଟକ ବ୍ଲକର ସମସ୍ତ ଗ୍ରାମ୍ୟ ଜଳଯୋଗାଣରେ କାର୍ଯ୍ୟରତ ଶ୍ରମିକ ଦୀର୍ଘ ୨୧ ବର୍ଷଧରି ପ୍ରତିଦିନ ୬ ରୁ ୮ ଘଣ୍ଟା ପରିଶ୍ରମର ଫଳରୂପେ ଏଯାଏ ସର୍ବନିମ୍ନ ପାରିଶ୍ରମିକ ପାଇ ପାରୁନଥିବାରୁ ସରକାରଙ୍କ ଅଦୁରଦର୍ଶିତାକୁ ନିନ୍ଦା କରିଛନ୍ତି। ଭାରତୀୟ ମଜଦୂର ସଂଘ ବିଷମକଟକ ବ୍ଲକର ପ୍ରାୟ ୫୦ ଜଣ କର୍ମକର୍ତ୍ତା ସହ ଅନ୍ୟାନ୍ୟ ବ୍ଲକର ପ୍ରାୟ ୫୦ ଜଣ କୁଶଳୀ ଶ୍ରମିକ ବୈଠକରେ ଯୋଗଦେଇ ଦାବୀ ସରକାରଙ୍କୁ ଜଣାଇଛନ୍ତି,ଯେ ସେମାନଙ୍କୁ ସରକାରୀ କର୍ମଚାରୀ ରୂପେ ଘୋଷଣା କରିବା,ସର୍ବନିମ୍ନ ମଜୁରୀ ରୂପେ ମାସିକ ୧୫୦୦୦ ଟଙ୍କାଦରମା,ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଓ ସୁରକ୍ଷାବୀମା ଯୋଜନାରେ ଅନ୍ତର୍ଭୁକ୍ତ କରିବା, ସ୍ୱାବଲମ୍ବୀ କାରିଗରଙ୍କୁ କରୋନା କାଳରେ କାର୍ଯ୍ୟରତଙ୍କୁ କରୋନା ଯୋଦ୍ଧା ଘୋଷଣା ସହ ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବା ନିମନ୍ତେ ଦାବୀ ଜଣେଇଛନ୍ତି। ନଚେତ ଆଗାମୀଦିନରେ ସେମାନେ ନିଜନିଜ କାର୍ଯ୍ୟବନ୍ଦ କରି ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ଭାରତୀୟ ମଜଦୂର ସଙ୍ଘର ଜିଲ୍ଲା ସଭାପତି ତଥା ରାଜ୍ୟ ସମ୍ପାଦକ ଯୋଗେଶ୍ୱର ଦାସଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିଲା ଓ ସୀମାଞ୍ଚଳ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

(ରିପୋର୍ଟ- ନବୀନ ନାୟକ ବେହେରା। )

Leave A Reply

Your email address will not be published.