ପୋଲସରା,୧୯/୦୪(ପିପିଟି): ପୋଲସରା ପଞ୍ଚାୟତ ସମିତି ସଭା ଗୃହ ଠାରେ ଗ୍ରାମୀଣ ପାନୀୟ ଜଳ ଯୋଗାଣ ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଯୋଗ ଦେଇ ଗ୍ରୀଷ୍ମପ୍ରବାହ ସମୟରେ ପାନୀୟ ଜଳ ଲୋକମାନଙ୍କ ପାଖରେ କିପରି ପହଞ୍ଚି ପାରିବ ସେ ଉପରେ ଗୁରୁତ୍ୱ ଦେଇଛନ୍ତି। ପୋଲସରା ବିଡିଓ,ଆରଡବ୍ଲ୍ଯୁଏସଏସ ଏଇଇ,ସରକାରୀ କର୍ମଚାରୀ ଓ ସରପଞ୍ଚ ସମିତିସଭ୍ୟ ଉପସ୍ଥିତ ଥିଲେ।