ବ୍ରହ୍ମପୁର,୧୩/୧୨ :କଳା ଓ କଳାକାର ହୀତୈଷୀ ମହାମଞ୍ଚ “ଦକ୍ଷିଣ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ” ଗ୍ରାମୀଣ ନାଟ୍ୟ ସଂସ୍କୃତି ଆମ ସାମାଜିକ ଐକ୍ୟ ଭାବର ଦ୍ୟୋତକ ହେତୁ ଏହାର ସୁରକ୍ଷା ପ୍ରତି ଯଥୋଚିତ ଧ୍ୟାନ ଦେବା ଆବଶ୍ୟକ ବୋଲି ଶ୍ରୀ ଶ୍ରୀ ମା’ ସର୍ବ ମଙ୍ଗଳା ନାଟ୍ୟ ସଂଘ, ସାହାପୁର ପ୍ରଯୋଜିତ ତଥା ଗୁରୁ ଦୁର୍ଯ୍ୟୋଧନ ସ୍ୱାଇଁ ନିର୍ଦ୍ଦେଶିତ ନାଟକ “ରାମ ଭକ୍ତ ମାରୁତି” ମଞ୍ଚାୟନ କାଳରେ ପ୍ରକାଶ କରିଛି । ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସ୍ୱଳ୍ପ ଅବଧି ଯୁକ୍ତ ସାଂସ୍କୃତିକ ସଭାରେ ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ସୁଦାମ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନାଟ୍ୟ ନିର୍ଦ୍ଦେଶକ ଦୁର୍ଯ୍ୟୋଧନ ସ୍ୱାଇଁ, ସଙ୍ଗୀତ ନିର୍ଦ୍ଦେଶକ ସ୍ୱର ବିବୁଧ ରମେଶ ଚନ୍ଦ୍ର ସ୍ୱାଇଁ ଏବଂ ପ୍ରତିଭାଦୀପ୍ତ ଗ୍ରାମୀଣ ନାଟ୍ୟ ଅଭିନେତା ଯୁଦ୍ଧିଷ୍ଠିର ନାହାକଙ୍କୁ ଆନୁଷ୍ଠାନିକ ଭାବେ ସମ୍ବର୍ଦ୍ଧିତ କରିଥିଲେ । ସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ମହାସଂଘର ଆଭିମୁଖ୍ୟ ସହିତ କଳାକାର ସମାଜରେ ଭାଇଚାରା ଉଦ୍ରେକ ପ୍ରତି ଯତ୍ନଶୀଳ ହେବା ନିମନ୍ତେ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ ଭୋବନି ମଣ୍ଡଳ, ସୁରେନ୍ଦ୍ର ପ୍ରଧାନ, କେଦାର ନାହାକ ପ୍ରମୁଖ ନାଟ୍ୟ ଦଳର କର୍ମକର୍ତ୍ତାମାନେ ସହଯୋଗ କରିଥିଲେ । ସାହାପୂର ନିକଟବର୍ତ୍ତୀ ଗ୍ରାମାଞ୍ଚଳର ବହୁ ଦର୍ଶକ ପୂର୍ଣ୍ଣ ସଂଖ୍ୟାରେ ଯୋଗଦେଇ ନାଟକଟିକୁ ବେଶ୍ ଉପଭୋଗ କରିଥିବା ସୂଚନା ମିଳିଛି ।