ବ୍ରହ୍ମପୁର, ୦୮/୦୫(ପିପିଟି);କରୋନା ମହାମାରୀ ସାରା ଭାରତକୁ କବଳିତ କରି ରଖିଛି । ଏବେ ଓଡ଼ିଶାରେ କରୋନା ତାର ଧିରେ ଧିରେ କାୟା ବିସ୍ତାର କରି ଚାଲିଛି । କରୋନା ଅନେକ ଲୋକଙ୍କ ଜୀବନ ମଧ୍ୟ ନେଇସାରିଲାଣି । ଏମିତିରେ ବି ଲୋକେ ସଚେତନ ହେଉନଥିବା ଦେଖିବାକୁ ମିଳୁଛି । ଗ୍ରାମାଞ୍ଚଳ ମାନଙ୍କରେ ଲୋକେ କେହିବି ସଚେତନ ହେଉନାହାନ୍ତି । କେହି ବି ମାସ୍କ୍ ବ୍ୟବହାର କରୁନଥିବା ଦେଖିବାକୁ ମିଳୁଛି । ଯଦି ଆଗକୁ ଏପରି ହୁଏ ତେବେ ପରିସ୍ଥିତି ବିଗିଡ଼ିବାର ସମ୍ଭାବନା ଅଧିକ । ସଟ୍ ଡାଉନ୍ ସମୟରେ କେହି ବିନା କାରଣରେ ବାହାରକୁ ବାହାରିବା କଥା ନୁହେଁ ହେଲେ ଲୋକେ କଣ ଏହାକୁ ମାନିବେ ? ପ୍ରଶାସନ ତରଫରୁ ବାରମ୍ବାର ଅନୁରୋଧ କଲା ପରେ ମଧ୍ୟ ଏହାର ବ୍ୟତିକ୍ରମ ଗ୍ରାମାଞ୍ଚଳରେ ଦେଖିବାକୁ ମିଳୁଛି । ସଟ୍ ଡାଉନ୍ କଣ ଲକ୍ ଡାଉନ୍ କଣ ଆହୁରି ଲୋକେ କେହି ବୁଝିପାରୁନାହାନ୍ତି । ଏବେବି ଗ୍ରାମାଞ୍ଚଳରେ ସଚେତନତାର ଆବଶ୍ୟକ ରହିଛି । କରୋନା ଭୁତାଣୁ ଏବେ ଯେଉଁ ଭଳି ଭାବରେ ଲୋକ ମାନଙ୍କୁ ଗ୍ରାସ କରିଚାଲିଛି ଗଞ୍ଜାମ ଜିଲ୍ଲାରେ ମଧ୍ୟ କରୋନା ତାର ଧିରେ ଧିରେ କାୟା ମେଲାଉଛି । କରୋନା ଭୁତାଣୁକୁ ପ୍ରତିହତ କରିବାପାଇଁ ସଚେତନତାର ଆବଶ୍ୟକ ରହିଛି । ଖାସ୍ କରିକି ଗ୍ରାମାଞ୍ଚଳ ମାନଙ୍କରେ । ପିପିଟି ନ୍ୟୁଜ୍ ତରଫରୁ ଅନୁରୋଧ କରୁଛୁ ସମସ୍ତେ ମାସ୍କ୍ ବ୍ୟବହାର କରନ୍ତୁ , ସାମାଜିକ ଦୂରତା ବଜାୟ ରଖନ୍ତୁ , ନିୟମିତ ସଫାସୁତୁରା ରୁହନ୍ତୁ , ବିନା କାରଣରେ ବାହାରକୁ ବାହାରନ୍ତୁନି । ଯଦି ଆମେ ସମସ୍ତ ନିୟମ ମାନି ଚାଳିବା ତେବେ କରୋନା କବଳରୁ ନିଶ୍ଚୟ ରକ୍ଷା ପାଇପାରିବା । ଆମ ଜୀବନ ଆମ ହାତରେ ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ ।
(ରିପୋର୍ଟ- ଆରତ କୁମାର ହୋତା ।)