ଗ୍ରାମକୁ ପାନୀୟ ଜଳ ଯୋଗାଣ ଓ ପୋଖରୀ ପୁନରୁଦ୍ଧାର ପାଇଁ ଉପଜିଲ୍ଲାପାଳଙ୍କୁ ଦାବି ପତ୍ର ।

0 325

ବେଲଗୁଣ୍ଠା,୧୫/୧୦(ପିପିଟି); ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ବଙ୍କା ପଞ୍ଚାୟତ ତଥା ଗ୍ରାମବାସୀମାନେ ଗ୍ରାମକୁ ପାନୀୟ ଜଳ ଯୋଗାଣ ଓ ପୋଖରୀର ପୁନରୁଦ୍ଧାର ପାଇଁ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ୍ ଙ୍କୁ ଦେଖାକରି ଏକ ଦାବି ପତ୍ର ପ୍ରଦାନ କରିଥିବା ଜଣାପଡିଛି ।ଗ୍ରାମବାସୀଙ୍କ ସୂଚନା ପ୍ରକାରେ, ଗ୍ରାମର ପ୍ରାୟ ୫୦୦ ପରିବାରର ୨୫୦୦ ଅଧିବାସୀ ବାସ କରନ୍ତି ।କିନ୍ତୁ ଗ୍ରାମରେ ବହୁତ ଦିନ ହେଲା ପାନୀୟ ଜଳର ଅସୁବିଧା ରହିଛି । ପାନୀୟ ଜଳ ପାଇଁ ଗ୍ରାମବାସୀ ୧.୫ କିମି ଦୂରରେ ଥିବା ଏକ ନଦୀ ଉପରେ ନୀର୍ଭର କରୁଥିବା ଏବଂ ଉପଜିଲ୍ଲାପାଳଙ୍କୁ ଜଣାଇଛନ୍ତି ।ସେହିପରି ଗ୍ରାମର ଏକମାତ୍ର ପୋଖରୀର ଅବସ୍ଥା ଶୋଚନୀୟ । ଗ୍ରାମର ପ୍ରାୟ ଅଧିକାଂଶ ଲୋକ ଗାଧୁଆ ପାଧୁଆ ପାଇଁ ସେହି ପୋଖରୀ ଉପରେ ନୀର୍ଭର କରୁଥିବା ବେଳେ ବହୁ ବର୍ଷ ହେଲା ପୋଖରୀ ଟିର ପୁନରୁଦ୍ଧାର ହୋଇନଥିବା ଫଳରେ ଗ୍ରାମବାସୀ ବିଭିନ୍ନ ପ୍ରକାର ରୋଗରେ ପୀଡିତ ହେଉଥିବା କହିଛନ୍ତି । ଗ୍ରାମବାସୀ ମାନେ ଏ ନେଇ ପୁର୍ବରୁ ବିଭିନ୍ନ ପ୍ରଶାସନିକ ଅଧିକାରୀ ଓ ଜନ ପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଅଭିଯୋଗ କରିଛନ୍ତି । ତେଣୁ ଏହାର ତୁରନ୍ତ ସମାଧାନ କରି ବିହିତ ପଦକ୍ଷେପ ନେବା ପାଇଁ ବଙ୍କା ଗ୍ରାମବାସୀମାନେ ଭଞ୍ଜନଗର ଉପଜିଲ୍ଲାପାଳ ଓ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପତ୍ର ଜରିଆରେ ଦାବି କରିଛନ୍ତି ।
(ରିପୋର୍ଟ- ଶିବରାମ ଚୌଧୁରୀ। )

Leave A Reply

Your email address will not be published.