ଶେରଗଡ, ୦୧/୧୦(ପିପିଟି):କେନ୍ଦ୍ରର ବିଜେପି ସରକାରଙ୍କ ଅଶୋଧିତ ତୈଳ ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଦର ଦାମ ର ବୃଦ୍ଧି କୁ ନେଇ ଆଜି ଶେରଗଡ଼ ବିଜେଡ଼ି ମହିଳା ମୋର୍ଚ୍ଚା ପକ୍ଷରୁ ଗ୍ଯାସ ଓ ତୈଳ ବୃଦ୍ଧି ପ୍ରତିବାଦରେ ଶେରଗଡ଼ ଚାରିଛକ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ଏକ ମହିଳା ଶୋଭା ଯାତ୍ରା ମାଧ୍ୟମରେ ପ୍ରତିବାଦ ରାଲି କରି ଶେରଗଡ଼ ବ୍ଲକ ଠାରେ ପହଞ୍ଚି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶମ୍ଭୁନାଥ ନନ୍ଦିଙ୍କ ମଧ୍ୟରେ ରାଷ୍ଟ୍ରପତିଙ୍କ ଉଦେଶ୍ୟ ସ୍ମାରକ ପତ୍ର ପ୍ରଦାନ କରିଥିଲେ ବ୍ଲକ ଅଧ୍ୟକ୍ଷା ସାରସ ସ୍ୱାଇଁ ,ବିଜୁ ମହିଳା ଜନତା ଦଳ ସଭା ନେତ୍ରୀ ଉମା ଦେବୀ ବେହେରା, ସବିତା ରାଣୀ ଚୌଧୁରୀ, ବିଜେଡ଼ି ବ୍ଲକ ସଭାପତି ଶରତ ପାତ୍ର, ଯୁବ ବିଜେଡ଼ି ସଭାପତି ସନ୍ତୋଷ କୁମାର ପଟ୍ଟନାୟକ, ବରିଷ୍ଠ ବିଜେଡ଼ି ନେତା ହୀନ ବେହେରା,୫୮ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ କୁମାର ପାତ୍ର,ବରୁଣ ପୋଲାଇ, ଯୁବ ଓ ଛାତ୍ର ନେତାଙ୍କ ସହ ବହୁ ସଂଖ୍ୟକ ମହିଳା ଶୋଭା ଯାତ୍ରାରେ ସାମିଲ ହୋଇଥିଲେ ।
(ରିପୋର୍ଟ- ଭିକୁ ନାୟକ। )