ଗୌରାଦେଇପୁର ରେ ୨୪ପ୍ରହର ନାମଯଜ୍ଞ ।

0 254

କୋଦଳା,୨୩/୦୨(ପିପିଟି); କୋଦଳା ଏନଏସି ୱାର୍ଡ ନଂ ୧୩ ଗୌରାଦେଇପୁର ନୁଆସାହି ଗ୍ରାମରେ ମଙ୍ଗଳବାର ୨୪ ପ୍ରହର ନାମଯଜ୍ଞ ମହା ଆଡମ୍ବର ସହିତ ଆରମ୍ଭ ହେଉଛି ।ଗତବର୍ଷ ଏହି ଅନୁଷ୍ଠାନ ନାମ ସଂକୀର୍ତ୍ତନ ଯଜ୍ଞ ଆରମ୍ଭ କରିଥିଲା । ଆଜି ଦ୍ଵିତୀୟ ବର୍ଷ ରେ ପଦାର୍ପଣ କରିଛି । ସକାଳ ଆଠ ଘଣ୍ଟ ସମୟ ରେ ଗ୍ରାମର ଶତାଧିଜ ମହିଳା ଓ ପୁରୁଷ ବିରାଟ ଶୋଭାଯାତ୍ରା ରେ ବାହାରି ଗ୍ରାମ ପୋଖରୀରୁ ପୁର୍ଣ ଜଳ କଳସି ଧରିଆସି ନାମଯଜ୍ଞ ମଣ୍ଡପ ସ୍ଥଳ ରେ ପହଞ୍ଚି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । କୋଦଳା ଗୋପାଳଜୀ ମଠ ମହନ୍ତ ମହାରାଜ ଜଗନ୍ନାଥ ଦାଶ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ପରେ ପରେ ଦୁରଦୂରାନ୍ତରୁ ଆସିଥିବା ନାମ ସଂକୀର୍ତ୍ତନ ମଣ୍ଡଳୀ ନାମ ପରିବେଷଣ କରିଥିଲେ । ସନ୍ଧ୍ୟାରେ ଆଳତି ଦର୍ଶନ ଲାଗି ଆଖପାଖ ଅଞ୍ଚଳରୁ ଭକ୍ତଙ୍କ ଗହଳି ଲାଗି ରହିଥିଲା । ଆସନ୍ତା ଶୁକ୍ରବାର ଉଦଯାପିତ ହେବବୋଲି ନାମଜଜ୍ଞ କମିଟି ପ୍ରକାଶ କରିଛନ୍ତି । ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ଶୃଷ୍ଟି ହେଉଛି !ପ୍ରତ୍ୟକ ଘରେ ଅତିଥିଙ୍କ ଗହଳି । ଗ୍ରାମବାସୀ ଏବଂ ଭକ୍ତଙ୍କ ପାଇଁ ଦୁଇଓଳା ପ୍ରସାଦ ସେବନର ବ୍ୟବସ୍ଥା ହୋଇଛି । ଗ୍ରାମର ଯୁବଗୋଷ୍ଠୀ ସମସ୍ତ କ୍ଷେତ୍ରରେ ସହଯୋଗ କରୁଥିବା ଦେଖାଦେଇଛି ।

(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ। )

Leave A Reply

Your email address will not be published.