ଗୌତମ ଆଦାନୀଙ୍କୁ ଗିରଫ କରିବା ଓ ଲୋକଙ୍କ ଟଙ୍କାର ସୁରକ୍ଷା ଦାବି କରି କଂଗ୍ରେସର ବିକ୍ଷୋଭ ।

0 388

ବ୍ରହ୍ମପୁର,୦୬/୦୨(ପିପିଟି):ମାତ୍ର ଦଶ ବର୍ଷ ତଳେ ସାରା ଦେଶରେ ଅପରିଚିତ ଥିବା ଗୌତମ ଆଦାନୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଶ୍ରିବାଦ ଓ ଅନୁଗ୍ରହ ଯୋଗୁଁ ସାରା ବିଶ୍ୱରେ ଦୁଇ ନମ୍ବର ଧନୀର ମାନ୍ୟତା ଲାଭ କରିଥିଲେ । ବର୍ତ୍ତମାନ ମାତ୍ର କେତୋଟି ଦିନ ମଧ୍ୟରେ ଗୌତମ ଆଦାନୀ ପ୍ରତିଦିନ ବିଶ୍ଵ ଧନୀ ତାଲିକାର ପଛକୁ ପଛକୁ ଯାଉଥିବା ବେଳେ ତାଙ୍କ କମ୍ପାନୀର ମୂଲ୍ୟ ଲଗାତାର ହ୍ରାସ ପାଉଛି।ଆଦାନୀ ମହାଶୟ ଭାରତ ବର୍ଷର ବିଭିନ୍ନ ଜାତୀୟ ବ୍ୟାଙ୍କ ଓ ଏଲ.ଆଇ.ସି ରୁ କୋଟି କୋଟି ଟଙ୍କା ଋଣ ନେଇ ମୋଦି ସରକାରଙ୍କ ପ୍ରୋତ୍ସାହନରେ ଆକାଶ ପଥ, ଜଳ ପଥ ଓ ସ୍ଥଳ ପଥ କିଣିବା ପରେ ଭାରତ ବର୍ଷର ପେଟ୍ରୋଲ, ଖଣି ,ଖଦାନ ଓ ସମସ୍ତ ପ୍ରାୟ ଟିଭି ,ଖବରକାଗଜର ମାଲିକ ହୋଇଗଲେ। ଏହି ପରିପ୍ରେକ୍ଷି ରେ ଦେଶର ଅର୍ଥନୀତି,ବ୍ୟାଙ୍କ, ଏଲ.ଆଇ.ସି ରେ ଥିବା ଲୋକଙ୍କ ଟଙ୍କା ଆଜି ବିପଦକୁ ଚାଲିଯାଇଛି ।ଆଦାନୀର ଟଙ୍କାରେ ନାଟ କରୁଥିବା ମୋଦୀ ସରକାର ଆଦାନୀ କରିଥିବା ଚୋରି, ହେରଫେର ତଦନ୍ତ ପାଇଁ ପ୍ରସ୍ତୁତ ନୁହିଁନ୍ତି । ମିଳିତ ସଂସଦୀୟ କମିଟି ଦ୍ୱାରା ତଦନ୍ତ କରିବାକୁ ରାହୁଲ ଗାନ୍ଧୀଙ୍କ ଦାବିକୁ ସରକାର ଶୁଣୁନାହାଁନ୍ତ । ଅତଏବ ଆଜି ଜିଲ୍ଲା କଂଗ୍ରେସ ତରଫରୁ ବ୍ରହ୍ମପୁର ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟ ଆଗରେ ଆଦାନୀର ଜାଲିଆତି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପୀତବାସ ପଣ୍ଡା,ନିରଞ୍ଜନ ପାଣିଗ୍ରାହୀ, ମହେଶ୍ୱର ପାତ୍ର, ସୁବାସିନୀ ପଟ୍ଟନାୟକ,ଚିନ୍ମୟ କୁମାର ହୋତା, ପଦ୍ମ ଚରଣ ସାହୁ ,ରିତା ଦଳେଇ, ବିକାଶ ନାୟକ,ଚିନ୍ତାମଣି ନାୟକ, ସୁନାରାମ ସାବତ,ବୁସି ରାଓ,ରବି ଅଧିକାରୀ, ଭୀମରାଜୁ ରେଡି, ଦଣ୍ଡପାଣି ପାତ୍ର,ଉଦୟ ପାଣିଗ୍ରାହୀ ପ୍ରମୁଖ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।
(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.