ଗୋ-ମାତା ଦିବସ ପାଳିତ ।

0 247

ବେଗୁନିଆ,୧୧/୦୭(ପିପିଟି):୧୯୯୪ ମସିହାରୁ ପ୍ରତିବର୍ଷ ଜୁଲାଇ ୧୦ ତାରିଖ କୁ ଗୋ-ମାତା ଦିବସ ଭାବେ ପାଳିତ କରାଯାଇ ଆସୁଅଛି. ଗୋ ମାଂସ ନଖାଇବା ପାଇଁ ,ଗୋ ଚାଲାଣ,ଗୋ-ବଂଶର ବୃଦ୍ଧି ପାଇଁ ସଚେତନତା ସୃଷ୍ଟି କରିବା ଏହି ଦିବସର ଲକ୍ଷ। ଏହି ଅବସରରେ ବେଗୁନିଆ ବ୍ଲକ୍ ଡିଙ୍ଗର ପଞ୍ଚାୟତ ରେ ସୋମନାଥ ସାହୁଙ୍କ ଆବାହକତ୍ବରେ ଆମ୍ ଆଦମି ପାର୍ଟି ତରଫରୁ ଏହି ଦିବସ ଅବସରରେ ପାଳନ କାରାଯାଇ ଅଛି। ବିମ୍ବାଧର ମହାରଣାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ଆମ ଆଦମି ପାର୍ଟି ଖୋର୍ଧାଜିଲା ସଭାପତି ଶୁଭାଶିଷ ସ୍ୱାଇଁ ମୁଖ୍ୟ ଅତିଥି ରୁପେ ଯୋଗ ଦେଇ ଥିଲେ। ବେଗୁନିଆ ବ୍ଲକ୍ ସଭାପତି ଶିଳ୍ପୀ କଳ୍ପତରୁ ପଣ୍ଡା ମୁଖ୍ୟ ବକ୍ତା ଭାବେ ଯୋଗ ଦେଈ ଗୋ ମାଂସ ରପ୍ତାନି ରେ ଭାରତ ପରି ଏକ ରାଷ୍ଟ୍ର ର ଦୃତ ଅଭିଭୃଦ୍ଧି କେନ୍ଦ୍ର ସରକାରଙ୍କ ମିଛ ଗୋ ପ୍ରେମ ଉପରୁ ପରଦା ଉଠାଇଛି ସେହିଭଳି ଗୋ ସମ୍ପଦ ରେ ପୂର୍ଣ ରାଜ୍ୟ ଓଡିଶାରେ ପଶୁ ଡାକ୍ତର ଖାନା ମାନଙ୍କରେ ତାଲା ଝୁଲିବା ଡାକ୍ତର ନ ରହିବା ସରକାରଙ୍କ ଦାୟିତ୍ବ ହୀନ ମନୋଭାବର ପରିଚୟ ଦେଉଛି। ଏଣୁ ପ୍ରତି ପଶୁ ଡାକ୍ତର ଖାନା ରେ ଆବଶ୍ୟକୀୟ କର୍ମଚାରୀ ରହିବା ସହ ଔଷଧ ରହିଲେ ଗୋ ସମ୍ପଦର ଅଭିଭୃଦ୍ଧି ହେବ। ସଭାପତି ନିଜ ବକ୍ତବ୍ୟ ରେ ଆମ ଆଦମି ପାର୍ଟିର ଏହି ପ୍ରୟାସ କୁ ପ୍ରଶଂସା କରି ଆନନ୍ଦ ପ୍ରକାଶ କରିଥିଲେ। ଯୁବ ସମାଜ ସେବୀ ସନ୍ତୋଷ କୁମାର ବିଷୋୟୀ ଧନ୍ୟବାଦ ଅର୍ପଣ କରିବା ପରେ ସଭାସାଙ୍ଗ କରାଯାଇଥିଲା।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.