କଳାହାଣ୍ଡି,୧୭/୧୦(ପିପିଟି); କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଳକ୍ ର କେଗାଁ ଠାରୁ ବଡଚେର ଗାଁ ଯାଏଁ ଯାଇଥିବା ପର୍ତ୍ତୃବିଭାଗ ରାସ୍ତାରେ ବଡ଼ ବଡ଼ ଗର୍ତ୍ତ ସହ ସାମାନ୍ୟ ବର୍ଷାରେ କାଦୁଅ ପରିପୂର୍ଣ୍ଣ ହୋଇଯାଉଛି। ଉକ୍ତ ବିଷୟକୁ ନେଇ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କେହି ନଜର ଦେଉନାହାନ୍ତି। କେଗାଁ ର ଜଣେ ବ୍ୟକ୍ତି ଅବସ୍ଥାକୁ ଦେଖି ନିଜ ତରଫରୁ ଖର୍ଚ୍ଚରେ ମୋରାମ ଓ ବାଲି ପକାଇ ଉକ୍ତ ଗର୍ତ୍ତ ପୋତିବା ପାଇଁ ବ୍ୟବସ୍ଥା କରିଥିବାର ଜଣିବାକୁ ମିଳିଛି । ବିଭାଗୀୟ ଅଧିକାରୀ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବା ସହ ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପାଦନ ପାଇଁ ସାଧାରଣରେ ଦାବି ହେଉଛି।
(ରିପୋର୍ଟ- ବବୁଲୁ ସାହୁ)