ଗୋବିନ୍ଦପୁର ଗ୍ରାମ ପଞ୍ଚାୟତରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ।

0 334

ଶେରଗଡ,୦୬/୦୬(ପିପିଟି); ଆଜି ଶେରଗଡ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ଓଡ଼ିଶା ମୋ ପରିବାର ଓ ଜୀବନ ବିନ୍ଦୁ ମିଳିତ ଅନୁକୁଲ୍ୟରେ ଏକ ରକ୍ତ ଦାନ ଶିବିର ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି। ଏହାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଶରତଚନ୍ଦ୍ର ମହାପାତ୍ର ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି।ଓ ଏହି ରକ୍ତଦାନ ଶିବିରରେ ଶେରଗଡ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶମ୍ଭୁନାଥ ନନ୍ଦି,ବ୍ଲକ ବିଜେଡି ସଭାପତି ଶରତ ଚନ୍ଦ୍ର ପାତ୍ର,୫୮ ଜୋନ ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ ପାତ୍ର,୫୭ ଜୋନ ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ କୁମାର ସାହୁ,ଯୁବ ବିଜେଡି ସଭାପତି ସନ୍ତୋଷ କୁମାର ପଟ୍ଟନାୟକ(ପିଣ୍ଟୁ) ଓ ବରିଷ୍ଠ ବିଜେଡି ନେତା ହୃଶିକେଶ ପାଢ଼ୀ, ହୀନ ବେହେରା, ଜୀବନ ବିନ୍ଦୁ ଜିଲ୍ଲା ସଂଯୋଜକ ସୁବାସ ଚନ୍ଦ୍ର ମହାରଣା,(ବ୍ରହ୍ମପୁର)ପ୍ରମୁଖ ଯୋଗ ଦେଇଥିଲେ। କରୋନା ନିୟମକୁ ପାଳନ କରି ଏହି ରକ୍ତଦାନ ଶିବିରକୁ ଗୋବିନ୍ଦପୁର ସରପଞ୍ଚ ପରିଚାଳନା କରିଥିଲେ। ଏହାର ମୁଖ୍ୟ ଲକ୍ଷ୍ଯ ଥିଲା ବର୍ତ୍ତମାନ କରୋନାର ଯେଉଁଭଳି ପ୍ରକାର ପ୍ରକୋପ ଜାରି ରହିଛି ଏଥି ମଧ୍ୟରେ ରକ୍ତ ଅଭାବରୁ କାହାର ଯେପରି ଜୀବନ ନ ଯାଉ। ଆଜିର ଏହି ଶିବିରରେ ୫୧ ୟୁନିଟ ରକ୍ତ ସଂଗ୍ରହ କରାଯାଇପାରିଛି। ସୀମାଞ୍ଚଳ ମଲ୍ଲିକ,ଜଗନ୍ନାଥ ଗୌଡ଼,ବିଭୁ ପ୍ରସାଦ ଦାଶ,ଭିକୁ ନାୟକ,ବିପ୍ଳବ ସେଠି,ପ୍ରସାଦ ସାହୁ,ସତ୍ୟ ନାରାୟଣ ପାତ୍ର, ସୂର୍ଯ୍ୟ ପାତ୍ର ପ୍ରମୁଖ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଏହାକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି।

(ରିପୋର୍ଟ- ଭିକୁ ନାୟକ। )

Leave A Reply

Your email address will not be published.