ବେଲଗୁଣ୍ଠା,୨୯/୦୮(ପିପିଟି); ଚାଷୀଙ୍କୁ ୟୁରିଆ ସାର ଜୋଗାଇଦେବା ପାଇଁ ସରକାର ସେବା ସମବାୟ ସମିତି ଓ କିଛି ଲାଇସେନ୍ସ ପ୍ରାପ୍ତ ଡିଲରକୁ ନିଯୁକ୍ତି ଦେଇଛନ୍ତି । ସାର ବସ୍ତା ପିଛା ୨୬୭ ଟଙ୍କା ଧାର୍ଯ୍ୟ କରିଛନ୍ତି ।ନିର୍ଧାରିତ ଦରରେ ପ୍ରକ୍ରୂତ ଚାଷୀଙ୍କୁ ମିଳୁଛି ନା କଳାବଜାରୀ ହେଉଛି ଏହାର ତଦାରଖ ଦାୟିତ୍ବ କୃଷି ଅଧିକାରୀଙ୍କ କିନ୍ତୁ ଘରୋଇ ଡିଲର ମାନେ ମନ ଇଚ୍ଛା ଦରରେବସ୍ତା ପିଛା ୫୦୦ ରୁ ୬୦୦ ଟଙ୍କାରେ ବିକ୍ରିକରୁଥିଲେ ମଧ୍ୟ କୃଷି ଅଧିକାରୀଙ୍କ ଦେଖା ମିଳୁନି । ଆବଶ୍ୟକ ସାର ସରକାର ଯୋଗାଇ ଦେଉ ନଥିବାରୁ ଚାଷୀମାନେ ୨୬୭ ଟଙ୍କା ବଦଳରେ ବସ୍ତା ପିଛା ୫୦୦ ରୁ ୬୦୦ ଟଙ୍କା ଦେଇ କଳାବଜାରୀ ପାଖରୁ ୟୁରିଆ ସାର କିଣିବାକୁ ବାଧ୍ୟ ହେଉଛନ୍ତି I ବର୍ତ୍ତମାନ ଧାନ ରୁଆ ସରିବା ପରେ ଧାନ ଗଛ ହୃଷ୍ଟପୁଷ୍ଟ ହୋଇ ମୋକା ଧରିବା ପାଇଁ ୟୁରିଆ ସାରର ଆବଶ୍ୟକ ରହିଛି I ଶୁକ୍ରବାର ଦିନ ଗୋବରା ସେବା ସମବାୟ ସମିତି ଜରିଆରେ ଚାଷୀଙ୍କୁ ସାର ବିକ୍ରି କରାଯାଇଥିଲା କିନ୍ତୁ ୨୬୭ ବଦଳରେ ଚାଷୀଙ୍କ ଠାରୁ ବସ୍ତା ପିଛା ୩୫୦ ଟଙ୍କା ସମ୍ପାଦକ ନେଇଥିଲେ । କିଛି ଚାଷୀ ଏ ନେଇ ବେଲ୍ଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଉଚ୍ଚା ଦରରେ ସାର ବିକ୍ରିକୁ ବହୁ ଚାଷୀ ଉତ୍ତ୍ଯକ୍ତ ହେଇ ରାଜ ରାସ୍ତାକୁ ଓଲହାଇବାକୁ ଧମକ ଦେଇଥିଲେ ତହସିଲଦାର ଶ୍ରୀ ବେହେରା ହସ୍ତକ୍ଷେପ କରିବାରୁ ସମ୍ପାଦକ ରୋହିତ ଭୂୟାଁ ଚାଷୀଙ୍କୁ ଡାକି ୭୦ ଟଙ୍କା ଲେଖାଏ ଫେରାଇ ଥିଲେ । ସେହିପରି ଗୋବରାରେ ଜଣେ ଡିଲର ସାର ବିକ୍ରି କରୁଥିବା ସମୟରେ ଲିଙ୍କ ଫେଲ କହି ବନ୍ଦ କରିବାରୁ ଉତ୍ତେଜନା ଦେଖାଦେଇ ଥିଲା । ସକାଳୁ ଆସି ଅପେକ୍ଷା କରିଥିବା କିଛି ଚାଷୀ ସାର ନ ମିଳିଲେ ଆନ୍ଦୋଳନ କରିବାକୁ ଧମକ ଦେଇଥିଲେ । ଖବର ପାଇ ଗାଙ୍ଗାପୁର ପୁଲିସ ଓ ତହସିଲଦାର ଶ୍ରୀ ବେହେରା ଉପସ୍ଥିତ ରହବା ପରେ ଚାଷୀଙ୍କୁ ସାର ଦିଆଯାଇଥିଲା । ରାତ୍ର ୧୧ ଟା ପର୍ଯ୍ୟନ୍ତ ସାର ବିକ୍ରି ଚାଲିଥିଲା । ଗାଙ୍ଗପୁର ଠାରେ ଜଣେ ଡିଲର ୫୦୦ ରୁ ୫୫୦ ଟଙ୍କା ରେ ସାର ବିକ୍ରି କରିଥିବା ବହୁ ଚାଷୀ ଅଭିଯୋଗ ଆଣିଥିଲେ ମଧ୍ୟ ପ୍ରଶାସନ କିମ୍ୱା କୃଷି ବିଭାଗ କୌଣସି ପଦେକ୍ଷପ ନେଇନଥିବା ଜଣାପଡ଼ିଛି । ରିପୋର୍ଟ – ଶିବରାମ ଚୌଧୁରୀ ।