ଗୋବରା ପୋଷ୍ଟ ଅଫିସ ରେ କାମ ଦେଉନି ଅଫିସ ଦ୍ୱାରା ଦିଆଯାଇଥିବା କାର୍ଡ ।

0 221

ବେଲଗୁଣ୍ଠା, ୦୮/୦୬(ପିପିଟି): ଏହି ବ୍ଲକ ଅନ୍ତର୍ଗତ ଗୋବରା ରେ ବହୁ ବର୍ଷ ହେବ ପୋଷ୍ଟ ଅଫିସ ପ୍ରତିଷ୍ଠା ହୋଇ ୨୦ ରୁ ଅଧିକ ଗ୍ରାମର ଗ୍ରାହକ ସେବା ପାଉଛନ୍ତି । ଡ଼େଙ୍ଗାପଦର, ବଡ଼ବୋର୍ସିଙ୍ଗ, କାଳିଆଗୁଡା, ବେଣୀପଲ୍ଲୀ, ମାଧବରିଡା, ନେଟଙ୍ଗା ଭଳି ସବପୋଷ୍ଟ ଅଫିସ ଗୋବରା ଅଧୀନରେ କାମ କରନ୍ତି । କେନ୍ଦ୍ରସରକାର ଙ୍କ ନିର୍ଦ୍ଦେଶ ପ୍ରକାରେ ସବୁ ଅଫିସ ଭଳି ଗୋବରା ଶାଖା ଧନଜନ ଖାତା ଜରିଆରେ ବିନାମୂଲ୍ୟରେ ଟିପ ଦେଇ ଗ୍ରାହକ ମାନେ ଗୋଟିଏ ଗୋଟିଏ କାର୍ଡ ପାଇଥିଲେ । ଶାଖା କର୍ମଚାରୀ ଅଭାବରୁ ସେଇ କାର୍ଡ ଅଚଳ ହୋଇ କୌଣସି କାମ ରେ ଆସୁନଥିଲା । ବର୍ତମାନ ସରକାର ଙ୍କ ଆଧାର କାର୍ଡ ଲିଙ୍କ ଜରିଆରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ବିକଳାଙ୍ଗ ଭତା ସହ ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ଟଙ୍କା ଅଧିକାଂଶ ଏହି ଅଚଳ ଖାତାକୁ ଆସୁଛି । ହିତାଧିକାରୀ ମାନେ ଏନେଇ ପଞ୍ଚାୟତ, ବ୍ଲକ ଓ ଗୋବରା ପୋଷ୍ଟ ଅଫିସ ବାରମ୍ବାର ଦୌଡ଼ି ନିରାଶ ହେଉଛନ୍ତି । ପୋଷ୍ଟ ମାଷ୍ଟର କର୍ମଚାରୀ ଅଭାବର ଆଳ ଦେଖାଇ ଅନ୍ୟ ପୋଷ୍ଟ ଅଫିସକୁ ଯିବାକୁ କହୁଛନ୍ତି । ଏନେଇ ସ୍ଥାନୀୟ ଲୋକ ପ୍ରତିନିଧିକୁ ପଚାରିବାରୁ ସେମାନେ ବ୍ଲକ ବୈଠକ ରେ ବିଡ଼ିଓ ଙ୍କୁ ଜଣାଇବା ସହ ପତ୍ର ମାଧ୍ୟ୍ୟମରେ ଜଣାଇଥିବା ପ୍ରକାଶ କରିଥିଲେ । ଭତ୍ତା ଟଙ୍କା ନପାଇ 3 ରୁ 4 ମାସ ହେବ ହିତାଧିକାରୀ ମାନେ  ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ବାର୍ଦ୍ଧକ୍ୟ , ବିଧବା ଓ ବହୁ ବିକଳାଙ୍ଗ ମାନେ ମାସୀଆରୀ ଭତ୍ତା ପାଇଁ ଏଣେ ତେଣେ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି । ତୁରନ୍ତ ଏହାର ସମାଧାନ କରି ହିତାଧିକାରୀ ମାନଙ୍କୁ ମାସିୟାରୀ ଟଙ୍କା ଯୋଗାଇଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

ରିପୋର୍ଟ – ସୁଶାନ୍ତ କୁମାର ବେହେରା

Leave A Reply

Your email address will not be published.