ଗୋବରାରେ ଭାଗବତ ଜନ୍ମୋତ୍ସବ ପାଳନ ।

0 353

ବେଲଗୁଣ୍ଠା,୧୦/୦୯(ପିପିଟି): ଗୋବରା ନୁଆଁସାହି ସ୍ଥିତ ଭାଗବତ ସ୍ୱାମୀ ମନ୍ଦିର ଠାରେ ଭାଗବତ ଜନ୍ମୋତ୍ସବ ସଭାପତି ପ୍ରଫୁଲ୍ଲ ଗୌଡ଼ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହେଲା । ଗ୍ରାମ୍ୟ ପରିଚାଳନା କମିଟି ସଦସ୍ୟ ଗର୍ନ୍ଦବ ପାତ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପୁରୋହିତ ରୂପେ ତପନ କୁମାର ଶତପଥୀ ଓ ଯଜମାନ ପଣ୍ଡିତ ସୁରେନ୍ଦ୍ର ପାତ୍ର ଯୋଗଦେଇ ହୋମ ସହ ପୂଜାର୍ଚନା କରିଥିଲେ । ସନ୍ଧ୍ୟାରେ ଭାଗବତ ଉପରେ ସଂସ୍କୃତିକ କାର୍ଯ୍ୟକ୍ରମ ରେ ସମିତି ସଭ୍ୟ ବିଭୁପାଦ ଜେନା, କବି ଶିଶିର କାନ୍ତ ନାୟକ, ଶିକ୍ଷାବିତ ରାମକୃଷ୍ଣ ପାତ୍ର ଯୋଗଦେଇ ଗୋବରା କଳାକାର ରୂପେ ଶିବରାମ ରାଉତ, ଖଦାଳ ସାହୁ, ଭଗବାନ ଗୌଡ଼, ବସନ୍ତ କୁମାର ଗୌଡ଼, ଶିବରାମ ଗୌଡ଼, ବିକ୍ରମ ଗୌଡ଼, ନାରାୟଣ ଗୌଡ଼, ଗର୍ନ୍ଦବ ପାତ୍ର ଭାଗବତପ୍ରେମୀ ରୂପେ ଦେବ ପ୍ରସାଦ ପାଣିଗ୍ରାହୀ, ସନ୍ତୋଷ ମହାରଣା, ସୁମିତ ପାଣିଗ୍ରାହୀ, ସୁବ୍ରତ କୁମାର ରାଜୁ, ଦ୍ୱାରିକା ପ୍ରସାଦ ଜେନାଙ୍କୁ ସମ୍ମାନିତ କରିଥିଲେ । ଶେଷରେ ଠାକୁରଙ୍କୁ ବିରାଟ ପଟୁଆର ଗ୍ରାମ୍ୟ ପରିକ୍ରମା କରାଯାଇଥିଲା । ଗ୍ରାମବାସୀ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.