ବୋଲଗଡ଼,୦୯/୧୦( ପିପିଟି): ସଂପୁର ଗ୍ରାମବାସୀ ଓ ପ୍ରେରଣା ଗ୍ରୀନ ଇଣ୍ଟର ନ୍ୟାସନାଲ ଓଡ଼ିଶା ମିଳିତ ଆନୁକୁଲ୍ୟରେ ଗ୍ରାମର ସ୍ଵାଧୀନତା ସଂଗ୍ରାମୀ ଓ ବରିଷ୍ଠ ସମାଜସେବୀଙ୍କ ଦିବଙ୍ଗତ ସ୍ମୃତି ଉଦ୍ଦେଶ୍ୟରେ ଏବଂ ଗୋପବନ୍ଧୁ ଦାସଙ୍କ ଜନ୍ମ ଜୟନ୍ତୀ ପାଳନ ଅବସରରେ ହରିରାଜପୁର ପ୍ରାଥମିକ ବିଦ୍ୟାଳୟ ଠାରେ ଶନିବାର ଦିନ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ଵାଧୀନତା ସଂଗ୍ରାମୀ ଗୋପିନାଥ ପରିଜାଙ୍କ ସଭାପତିତ୍ବରେ ମୁଖ୍ୟବକ୍ତା ଭାବେ ସରକାରୀ ଚତୁର୍ଭୁଜ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରମୋଦ କୁମାର ସ୍ବାଇଁ , ସମ୍ମାନିତ ଅତିଥି ଭାବେ ପୂର୍ବତନ ସରପଞ୍ଚ ଜଳଧର ମହାନ୍ତି, ଶିକ୍ଷାବିତ୍ ବାଲ୍ମୀକି ବଳିୟାରସିଂହ , ପ୍ରଫୁଲ୍ଲ ମହାପାତ୍ର, ଗୀତାଞ୍ଜଳି ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ । ପ୍ରେରଣା ଗ୍ରୀନ ଇଣ୍ଟର୍ ନ୍ୟାସନାଲର ବୋଲଗଡ ବେଗୁନିଆ ସଂଯୋଜକ ତଥା ଐତିହାସିକ ରବିନ୍ଦ୍ର କୁମାର ପରିଡା ସ୍ଵାଗତ ଭାଷଣ ଦେଇଥିଲେ । ସମସ୍ତ ନିମନ୍ତ୍ରିତ ଅତିଥି ମାନେ ଐତିହ୍ୟ ସମ୍ପନ୍ନ ସଂପୁର ଗ୍ରାମ ଓ ସ୍ବାଧୀନତା ସଂଗ୍ରାମୀ ତଥା ବରିଷ୍ଠ ସମାଜସେବୀ ମାନଙ୍କ ସଂପର୍କରେ ଆଲୋକପାତ କରିଥିଲେ। ସମସ୍ତେ ମିଳିତଭାବେ ହରିରାଜପୁର ପ୍ରଥମିକ ବିଦ୍ୟାଳୟ ପରିସରରେ ବିଭିନ୍ନ କିସମର ନୂତନ ଚାରା ରୋପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଦିଲୀପ କୁମାର ସୁବୁଦ୍ଧି , ଗୀତାଞ୍ଜଳି ସାମନ୍ତରାୟ, ସବିତା ସୁବୁଦ୍ଧି, ଅବିନାଶ ମହାନ୍ତି ପ୍ରମୁଖ ପରିଚାଳନା କରିଥିବା ବେଳେ, ରଶ୍ମିରଂଜନ ଦେଓ , ସୂର୍ଯ୍ୟକାନ୍ତ ସ୍ୱାଇଁ, ପ୍ରଦୀପ୍ତ ଘଡେ଼ଇ, ହରପ୍ରସାଦ ମହାନ୍ତି, ସମ୍ବିତ ଭୁଷଣ ରାଉତରାୟ ,କୃଷ୍ଣଚନ୍ଦ୍ର ପାଲଟାସିଂ ପ୍ରମୁଖ ସହଯୋଗ କରିଥିଲେ। ପରିଶେଷରେ ଯୁବ ସାମ୍ବାଦିକ ନିରଞ୍ଜନ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
(ରିପୋର୍ଟ – ସୁଶାନ୍ତ କୁମାର ପ୍ରଧାନ)