ଗୋଟିଏ ଶିଶୁ ର ଜୀବନ ବଞ୍ଚାଇବା ପାଇଁ ଅର୍ଥ ଯୋଗାଡ଼ କରୁଛି ସାମାଜିକ ସଂଗଠନ ।

0 322

ବେଳଗୁଣ୍ଠା,୦୨/୧୨(ପିପିଟି):କନ୍ଧମାଳ ଫୁଲବାଣୀ ବାସିନ୍ଦା କୁଳମଣି ରଣାଙ୍କ ୧୮ ମାସର ଶିଶୁ ପୁତ୍ର ରାଜୀବ ରଣା ଏକ ଦୁରାରୋଗ୍ୟରେ ପୀଡ଼ିତ ହୋଇଛନ୍ତି ତାଂକୁ ଗୋଟିଏ ଇଂଜେକସନ ଭଲ କରିପାରିବ । ହେଲେ ଯାହାର ମୂଲ୍ୟ ହଜାର କି ଲକ୍ଷ ନୁହଁ କୋଟିଏ ଟଙ୍କା ଆବଶ୍ୟକ । ଏହି ଖବର ଶୁଣିବା ପରେ ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ଅଂଚଳର ସାମାଜିକ ସଂଗଠନ ଗୋପବନ୍ଧୁ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ରୋଗାଗ୍ରସ୍ତ କୁନି ଛୁଆର ଜୀବନ ବଞ୍ଚାଇବା ପାଇଁ ଅର୍ଥ ଯୋଗାଡ଼ କରିବା ଆରମ୍ଭ କରି ଦେଇଛନ୍ତି । ସଂଗଠନର ସଦସ୍ୟ ମାନେ ଦଳଦଳ ହୋଇ ବିଭିର୍ଣ ସହର କୁ ବୁଲି ଦୋକାନ ଓ ଅଫିସ କୁ ଯାଇ ଅର୍ଥ ଭିକ୍ଷା କରୁଛନ୍ତି । ପ୍ରଥମ ପର୍ଯ୍ୟାୟରେ ୧୯ହଜାର ୭ଶହ ୧୧ଟଙ୍କା ପ୍ରଦାନ କରିଥିବା ବେଳେ ଆଗାମୀ ଦିନରେ ଆହୁରି ଅଧିକ ଟଙ୍କା ଯୋଗାଡ କରିବା ଲକ୍ଷ ରଖି ଏହି ସଂଗଠନର ସଦସ୍ୟ ମାନେ । ଆଜି ବେଲଗୁଣ୍ଠା ରେ ଟଙ୍କା ସଂଗ୍ରହ କରୁଥିବା ଦେଖିବାକୁ ମିଳିଥିଲା । ନୟାଗଡ଼ ଠାରୁ ବେଲଗୁଣ୍ଠା ମଧ୍ୟରେ ରାଜରାସ୍ତା କଡରେ ଥିବା ସମସ୍ତ ଦୋକାନରେ ପହଞ୍ଚି ସହାୟତାର ହାତ ବଢାଇବାକୁ ଅନୁରୋଧ କରି ଅର୍ଥ ରାଶି ସଂଗ୍ରହ କରିବାରେ ଲାଗିପଡିଛନ୍ତି ଯୁବକ ମାନେ ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.