ଗୋଛାବାଡି ସାପୁଆ ବିଲ ରୁ ଶବ ଉଦ୍ଧାର,କାରଣ ଅସ୍ପଷ୍ଟ।

0 289

ପୋଲସରା,୦୯/୦୬(ପିପିଟି): ଆଜି ପୋଲସରା ପୋଲିସ ପୋଲସରା ବ୍ଳକ ଅନ୍ତର୍ଗତ ଗୋଛାବାଡି ଗ୍ରାମର ସାପୁଆ ବିଲ ରୁ ଜଣେ ବ୍ୟକ୍ତିର ଶବ ଉଦ୍ଧାର କରିଛି। ଶବ୍ଦଟି ଗୋଛାବାଡି ଗ୍ରାମ ର ଇନ୍ଦ୍ର ବେହେରାଙ୍କ ବୋଲି ଜଣା ପଡିଛି। ଏହା ହତ୍ୟା କି ଆତ୍ମହତ୍ୟା ଜଣା ପଡ଼ିନାହିଁ। କେଉଁ ପରିସ୍ଥିତିରେ ଓ କିଭଳି ଭାବରେ ଇନ୍ଦ୍ର ବେହେରାଙ୍କ ମୃତ୍ୟୁ ହୋଇଛି ସ୍ପଷ୍ଟ ହୋଇନାହିଁ। ତେବେ ଖବର ପାଇବା ପରେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇ ଘଟଣାର ତଦନ୍ତ କରୁଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ଇନ୍ଦ୍ର ବେହେରାଙ୍କ ମୃତ୍ୟୁର କାରଣ ଜଣା ପଡ଼ିବ ତଦନୁଯାୟୀ ତଦନ୍ତକୁ ତ୍ୱରାନ୍ୱିତ କରାଯିବ ବୋଲି ଥାନାଧିକାରୀ ଜିତେନ୍ଦ୍ର କୁମାର ମଳିକ କହିଛନ୍ତି।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା ।)

Leave A Reply

Your email address will not be published.