ଗୁଣୁପୁର ଉପଜିଲ୍ଲାପାଳଙ୍କ ବାଲିପଠା ପରିଦର୍ଶନ ପରେ ରାଜସ୍ବବିଭାଗ ଓ ଲିଜଧାରୀଙ୍କୁ ତାଗିଦ ସହ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ।

0 240

ରାୟଗଡା,୦୯/୧୧(ପିପିଟି);ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଭାମିନି ଗାଁକୁ ପାଣି ପଶିଯିବା ଆଶଙ୍କା ଥିବାରୁ ବାଲିଚାଲାଣକୁ ବିରୋଧକରି ରାସ୍ତାରୋକ କରିଥିଲେ।୦୯.୧୧.୨୦ରେ ଗ୍ରାମବାସୀ ଓ ମହିଳାସଂଘ ଗୁଣୁପୁରରେ ଉପଜିଲ୍ଲାପାଳଙ୍କୁ ଭେଟି ଗାଁ ସମସ୍ୟା ସମ୍ପର୍କରେ କହିଥିଲେ। ଗ୍ରାମବାସୀଙ୍କ ସମସ୍ୟାକୁ ଗୁରୁତ୍ୱଦେଇ ଗୁଣୁପୁର ଉପଜିଲ୍ଲାପାଳ ସୋନାଲ ଜେନା ବାଲିପଠା ପରିଦର୍ଶନକରି ବିରକ୍ତି ପ୍ରକାଶକରି କହିଥିଲେ ଯେ, ଯଦି ମୁଁ ଏଠାକୁ ଆସିନଥାନ୍ତି, ତେବେ କଥାକୁ ବିଶ୍ୱାସ କରିନଥାନ୍ତି,ଗ୍ରାମବାସୀ କରିଥିବା ଅଭିଯୋଗ ଠିକ୍,ଏକଥା କହି ରାଜସ୍ବ ବିଭାଗ ଓ ଲିଜଧାରୀଙ୍କୁ ତାଗିଦ କରିଥିଲେ। ଗାଁରେ ପାଣି ପଶି ବନ୍ୟା ପରିସ୍ଥିତି ସୃଷ୍ଟିହେଲେ ପ୍ରଶାସନ ରାତି ୨ଟାରେ ରହିବାକୁ ବାଧ୍ୟ ମାତ୍ର ଲିଜଧାରୀ ଲାଭବାନ ହୋଇ ଘରେ ରହିଥିବେ ବୋଲି କହି ତୁରନ୍ତ ରାମନାଗୁଡା ତହସିଲଦାରଙ୍କୁ କାର୍ଯ୍ୟାନୁଷ୍ଠାନ ନେବାକୁ କହିଥିଲେ।ଲିଜଧାରୀ ଯେଉଁ ସ୍ଥାନରୁ ବାଲି ଉଠାଉଥିଲେ ଓ ଯେଉଁ ଜାଗାରେ ମହଜୁଦ ରଖୁଥିଲେ ତାହା ବେଆଇନ, ତାଙ୍କୁ କିଏ ଏପରି ସୁଯୋଗ ଦେଲା ଏବଂ ଏହାର ସରକାରୀ କାଗଜପତ୍ର କାହିଁ ? ଆଜିର ଏହି ତୁରନ୍ତ ପଦକ୍ଷେପ ଗ୍ରାମବାସୀଙ୍କୁ ସନ୍ତୋଷଜନକ ଥିବା ବେଳେ,ବୁଦ୍ଧିଜୀବୀ ମହଲରେ ଆନନ୍ଦ ପ୍ରକାଶ ପାଇଛି। ଆଜିର ଏହି ପରିଦର୍ଶନରେ ଉପଜିଲ୍ଲାପାଳଙ୍କ ସହ ରାମନାଗୁଡା ତହସିଲଦାର ଜୟଶ୍ରୀ ମଲ୍ଲିକ ଓ ରାଜସ୍ବବିଭାଗର କର୍ମଚାରୀ ଉପସ୍ଥିତ ଥିଲେ।

(ରିପୋର୍ଟ- ନବୀନ ଚନ୍ଦ୍ର ନାୟକ ବେହେରା)

Leave A Reply

Your email address will not be published.