ଗୁଣି ସନ୍ଦେହରେ ବୃଦ୍ଧଙ୍କୁ ନିର୍ମମ ହତ୍ୟା ।

0 313

ମାଲକାନଗିରି,ତା:୨୫/୦୯(ପିପିଟି): କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି- ୭୯ ଥାନା ନିକଟସ୍ଥ କୋଟମେଟଲା ଗାଁରେ ଗୁଣି ସନ୍ଦେହରେ ଜଣେ ବୃଦ୍ଧଙ୍କୁ କେହି ଦୁ୍ର୍ବୃତ୍ତ ଅନ୍ଧାରର ସୁଯୋଗ ନେଇ ଶୟନ ଅବସ୍ଥାରେ ନିର୍ମମ ହତ୍ଯା କରିଛି । ପ୍ରାପ୍ତ ସୂଚନାରୁ ଜଣା ପଡିଛି ଯେ,ଗତକାଲି ରାତିରେ ସୁବା ପଡିଆମି(୬୧) ଶୋଇଥିବା ଅବସ୍ଥାରେ ଘର ଭିତରେ କେହି ଦୁର୍ବୃତ୍ତ ଗୋଟିଏ ଧାରୁଆ ଅସ୍ତ୍ରରେ ପ୍ରଥମେ ମୁଖର ନିମ୍ନ ଅଂଶରେ ଆଘାତ କରିଥିଲା ବେଳେ ପୁନଶ୍ଚ ବାମ ହାତକୁ ତୋଟ ପକାଇ ଥିଲା। ହଣା ଖାଇବା ପରେ ନିଦ୍ରା ଭଙ୍ଗ ହୋଇ ମୂର୍ମୁଷୁ ଅବସ୍ଥାରେ ରକ୍ତ ଜୁଡୁବୁଡୁ ହୋଇ ନିକଟରେ ଥିବା ପୁଅ ଘରକୁ ପଳାଇ ଥିଲା। ଯନ୍ତ୍ରଣା ଜର୍ଜ୍ଜରିତ ହୋଇ ପୁଅ ଘର ଦ୍ବାର ସମ୍ମୁଖରେ ପଡିଯାଇଥିଲା। କିଛି କ୍ଷଣ ପରେ ବୃଦ୍ଧର ପ୍ରାଣ ବାୟୁ ଉଡି ଯାଇଥିଲା। ମୃତ୍ଯୁ ବରଣ କରିଥିବା ସୁବା ପଡିଆମି ଗ୍ରାମ ଜଣେ ଗୁଣିଆ ଥିଲା। ନିଜ ଗ୍ରାମ ତଥା ଆଖପାଖ ଅଞ୍ଚଳର ଲୋକମାନଙ୍କ ସ୍ବସ୍ଥ୍ଯ ଖରାପ ହେଲେ ସେ ଝାଡ଼ ଫୁଙ୍କ କରୁଥିଲା । ଦୀର୍ଘ ଦିନ ଧରି ଗୁଣିଆ କାମ କରି ତାଙ୍କ ଅଞ୍ଚଳର ଲୋକଙ୍କୁ ରୋଗ ମୁକ୍ତ କରିଥାନ୍ତି ବୋଲି ପରିବାର ବର୍ଗ ଓ ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏହି ଗୁଣି କର୍ମକୁ ନେଇ ମୃତ ସୁବା ପଡିଆମିଙ୍କୁ ସେହି ଗ୍ରାମର କେହି ଦୁର୍ବୃତ୍ତ ଏକ ଧାରୁଆ ଅସ୍ତ୍ରରେ ହତ୍ଯା କରିଥିବା ସନ୍ଦେହ ଘନିଭୁତ ହୋଇଛି।ଶେଷ ନିଶ୍ବାସ ତ୍ଯାଗ ପୂର୍ବରୁ ନିଜ ପୁଅ ପଚାରି ଥିଲା ଯେ ତୁମକୁ କିଏ ହାଣିଛି । ଦେବା ବୋଲି ନାମ ଧରିଥିଲା ମୃତ ସୁବା ପଡିଆମି ବୋଲି ତାଙ୍କର ନାତୀ ଜଗା ପଡିଆମି ଓ ଝିଅ ସିଙ୍ଗେ ମାଡକାମି ଗଣମାଧ୍ୟମରେ ପ୍ରକାଶ କରିଛନ୍ତ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.