ବେଲଗୁଣ୍ଠା,୨୩/୦୬(ପିପିଟି):ଗାଙ୍ଗପୁର ଥାନା ଆମ ପୋଲିସ୍ ସମିତି ବେଲଗୁଣ୍ଠା ବ୍ଳକ୍ ବାଡବୋରସିଂ ସ୍ଥିତ ସୁଚନା କେନ୍ଦ୍ରରେ ଗୁଣି ଗାରେଡ଼ି ବିରୁଦ୍ଧରେ ଏକ ସଚେତନତା ଶିବିର ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟ ବକ୍ତା ଭାବରେ ବାଡବୋରସିଂ ସରପଞ୍ଚ ଏସ୍ ରାମେଶ୍ବର ପାତ୍ର ଦାୟିତ୍ଵ ତୁଲାଇଥିଲେ ଓ ତାଙ୍କୁ ସହଯୋଗ କରିଥିଲେ ସମିତି ସଭ୍ୟା ମମତା ଭୋଳ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଶୁଭ୍ରାଂଶୁ ଶେଖର ମିଶ୍ର ଏବଂ ସମ୍ମାନିତ ଅତିଥି ଭାବରେ ଗାଙ୍ଗପୁର ଥାନା ଆଇଆଇସି ଶୁଭେନ୍ଦୁ କୁମାର ସାହୁ ଏସ୍ଆଇ ସୁବ୍ରଜିତ୍ ସାମନ୍ତରାୟ , ଏଏସ୍ଆଇ ଉମା ଚରଣ ପ୍ରଧାନ, ଏଏସ୍ଆଇ ସୁଷମା ଦେହେରା, ଗୋବରା ସମିତିସଭ୍ୟ ବିଭୂପାଦ ଜେନାଙ୍କ ସମେତ ପଞ୍ଚାୟତର ସମସ୍ତ ଆଗ ଧାଡ଼ିର କର୍ମୀ ଭୋଟର ୱାର୍ଡ ମେମ୍ବର ଯୋଗଦେଇଥିଲେ ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )