ଗୁଣପୁର ଉପ ଜିଲ୍ଲାପାଳଙ୍କ ଉପଖଣ୍ଡ ହସ୍ପିଟାଲ ଓ ସୋମନାଥ ମେମୋରିଆଲ ହସ୍ପିଟାଲ ପରିଦର୍ଶନ ।

0 257

ରାୟଗଡା,୧୫/୦୫(ପିପିଟି); ଉପଜିଲ୍ଲାପାଳ ସୋନାଲ ଜେନା ଆଜି ହଠାତ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ କରି ଆଇସୋଲେସନ ୱାର୍ଡ,ଭେଣ୍ଟିଲେଟର ବ୍ୟବସ୍ଥା ଉପରେ ଅନୁଧ୍ୟାନ କରିଥିଲେ । କୋଭିଡ ରୋଗୀଙ୍କ ପାଇଁ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ସ୍ୱତନ୍ତ୍ର ଭାବେ ଆଇସୋଲେସନ ୱାର୍ଡର ଅଵଶ୍ୟକତାକୁ ଦୃଷ୍ଟିରେ ରଖି ଚିକିତ୍ସାଳୟ ପରିସରରେ ଥିବା ଚକ୍ଷୁ ବିଭାଗର ଦୁଇଟି କୋଠାକୁ ତୁରନ୍ତ ଆଇସୋଲେସନ ୱାର୍ଡ କରିବା ନିମନ୍ତେ ଉପଖଣ୍ଡ ଚିକିତ୍ସାଧିକାରୀ ରମେଶ ଚନ୍ଦ୍ର ସାହୁଙ୍କୁ ପରାମର୍ଶ ଦେଇଥିଲେ । ସେହିପରି ଗୁଣପୁର ନୂଆ ବସଷ୍ଟାଣ୍ଡ ଠାରେ ଥିବା ସୋମନାଥ ମେମୋରିଆଲ ହସ୍ପିଟାଲ ପରିଦର୍ଶନ କରି ସେଠାରେ କୋଭିଡ ରୋଗୀଙ୍କୁ କିପରି ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯାଇ ପାରିବ ତା ଉପରେ ସମୀକ୍ଷା କରିଥିଲେ । ସୋମନାଥ ହସ୍ପିଟାଲରେ ଅକ୍ସୀଜେନ ସୁବିଧା, ଭେଣ୍ଟିଲେଟର ସୁବିଧା,ଆଇସୋଲେସନ ସୁବିଧା ଆଦି ବିଷୟରେ ସୋମନାଥ ହସ୍ପିଟାଲର ନିର୍ଦ୍ଦେଶକ ରମେଶ ଚନ୍ଦ୍ର ପାତ୍ରଙ୍କ ସହ ଆଲୋଚନା କରିଥିଲେ । ଅକ୍ସୀଜେନ ଓ ଆବଶ୍ୟକ ଔଷଧ ମହଜୁଦ ରଖିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ଉପ ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ଉପଖଣ୍ଡ ଚିକିତ୍ସାଧିକାରୀ ରମେଶ ଚନ୍ଦ୍ର ସାହୁଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

(ରିପୋର୍ଟ- ନବୀନ ନାୟକ ବେହେରା। )

Leave A Reply

Your email address will not be published.