ରାୟଗଡା,୨୪/୧୧(ପିପିଟି); ରାୟଗଡା ଜିଲ୍ଲା ଗୁଡାରି ବ୍ଲକ ପେଣ୍ଡିଲି ପଂଚାୟତର ଗୌଡଢେପାଗୁଡ଼ା ଗ୍ରାମର ଶତାଧିକ ବ୍ୟକ୍ତି, ସମିତି ସଭ୍ୟା ବିରାଜିନି ଗୌଡ଼ଙ୍କ ନେତୃତ୍ୱରେ ବିଜେଡିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି। ବରିଷ୍ଠ ବ୍ୟକ୍ତି ସୂର୍ଯ୍ୟ ନାରାୟଣ ମହାଙ୍କୁଡ, କୈଳାସ ଲବଲା,ନିଲାଞ୍ଚଳ ଗୌଡ଼, ବାଳକୃଷ୍ଣ ଗୌଡ଼, ଅଭିମନ୍ୟୁ ଗୌଡ଼, ନକୁଳ କୈବର୍ତ୍ତ ଏବଂ ବାରିକ ଗୌଡ଼ ମଧ୍ୟ ବିଜେଡିର ବିକାଶ ଏବଂ ଆଦର୍ଶକୁ ସମ୍ମାନ ଦେଇ ଯୋଗଦାନ କରିଛନ୍ତି। ରାୟଗଡା ଜିଲ୍ଲା ବିଜେଡି ସଭାପତି ତଥା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ସୁଧିର ଦାସଙ୍କ ଉପସ୍ଥିତିରେ ଦୁର୍ଗୀସ୍ଥିତ ପୁର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଏହି ମିଶ୍ରଣ ପର୍ଵ ଅନୁଷ୍ଠିତ ହୋଇଥିଲା। ଏହି ମିଶ୍ରଣ ପର୍ବରେ ଜିଲ୍ଲା ସମ୍ପାଦକ ଗଗନ ଆଚାର୍ଯ୍ୟ, ଗୁଡାରି ବ୍ଲକର ବରିଷ୍ଠ ବିଜେଡି କର୍ମୀ ସନ୍ତୋଷ ମହାନ୍ତି, ଗଙ୍ଗା ଗାମଙ୍ଗ, ଏମ ପ୍ରସାଦ ରାଓ ଏବଂ କୃପାସିନ୍ଧୁ ଶବର ଯୋଗ ଦେଇଥିଲେ।
(ରିପୋର୍ଟ- ନବୀନ ଚନ୍ଦ୍ର ନାୟକ ବେହେରା। )