ଗାଲେରୀ କଲେଜରେ ବିଶ୍ୱ ଏଡସ ଦିବସ ପାଳନ ।

0 225

ଭଞ୍ଜନଗର,୦୧/୧୨(ପିପିଟି): ଭଞ୍ଜନଗର ବ୍ଲକ ସ୍ଥିତ ଗାଲେରୀ ଦଣ୍ଡପାଣି ମହାରଥା ମହାବିଦ୍ୟାଳୟ ର ଯୁବ ରେଡ଼କ୍ରସ ଶାଖା ଆନୁକୂଲ୍ୟରେ ବିଶ୍ୱ ବିଶ୍ୱ ଏଡ୍ ସ ଦିବସ ପାଳିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ସୁଶାନ୍ତ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସନ୍ଦୀପ ପ୍ରଧାନ, ମୁଖ୍ୟ ବକ୍ତା ଭାବେ ଇତିହାସ ବିଭାଗ ମୁଖ୍ୟ ଅଧ୍ୟାପକ ରଙ୍କନିଧି ପ୍ରଧାନ,ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ସୀତେଶ ଦାସ ଓ ଅଶ୍ୱିନୀ କୁମାର ଗୌଡ଼ ପ୍ରମୁଖ ମଞ୍ଚାସୀନ ଥିଲେ। ଏଡ୍ ସ ର କାରଣ,ଭୟାଭୟତା, ସଚେତନତା,ସମସ୍ୟା ଓ ନିରାକରଣ ଉପରେ ଅତିଥି ମାନେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ମାନେ ରେଡ଼ ରିବନ୍ ବାନ୍ଧି ପଥପ୍ରାନ୍ତ ଯାତ୍ରୀ ମାନଙ୍କୁ ସଚେତନତା କରାଇଥିଲେ। ଯୁବ ରେଡ଼କ୍ରସ ପରାମର୍ଶ ଦାତା ଅଧ୍ୟାପକ ଦିବ୍ୟଲୋଚନ ବିଶ୍ୱାଳ ପରିଚାଳନା କରିଥିବା ବେଳେ ବିରୁପାକ୍ଷ ସାହୁ ଓ ସୂର୍ଯ୍ୟ ନାରାୟଣ ସହଯୋଗ କରିଥିଲେ। ଶେଷରେ ଅଧ୍ୟାପକ ଦୁର୍ଗା ମାଧବ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.