ବୋଲଗଡ଼,୦୨/୧୦(ପିପିଟି):ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ୧୫୨ତମ ଜନ୍ମ ଜୟନ୍ତୀ ଅବସରରେ ବୋଲଗଡ଼ ବ୍ଲକ ସାଗରଗୁଆଁ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ସ୍ବତନ୍ତ୍ର ବୈଠକ ସଭା ଆୟୋଜିତ ହୋଇଯାଇଛି । ଉକ୍ତ ବୈଠକଟି ସୁବାଷ ଚନ୍ଦ୍ର ରାୟଗୁରୁଙ୍କ ସଭାପତିତ୍ବରେ ଓ ଉପସ୍ଥିତ ସମିତି ସଭ୍ଯ ଶରତ କୁମାର ଜୟସିଂହ,ସିଆରସିସି କୈଳାସଚନ୍ଦ୍ର ମହାରଣା,ପନ୍ଚାୟତ ସେକ୍ରେଟାରୀ ଧୀରେନ ବେହେରା ସଭାକାର୍ୟରେ ଉପସ୍ଥିତ ରହିବା ସହ ପଞ୍ଚାୟତର ପ୍ରତେକ ୱାର୍ଡ ମେମ୍ବର, କୃଷକ ସାଥି, ଆସାକର୍ମୀ, ଅଙ୍ଗନୱାଡି ଦିଦି ଓ ସ୍ୱଛଭାରତ ମିଶନର କର୍ମଚାରୀ ମାନେ ଉପସ୍ଥିତ ରହି ପ୍ରତେକ ଗ୍ରାମରେ କିପରି ଉନ୍ନତି ମୂଳକ କାର୍ଯ୍ୟ କରାଯିବ ସେବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। କାର୍ଯ୍ୟ ଗୁଡିକ କିପରି ସଫଳ ଭାବରେ ତ୍ୱାରାନ୍ୱିତ କରିବା ପାଇଁ ସରପଞ୍ଚ ସୁବାଷ ଚନ୍ଦ୍ର ରାୟଗୁରୁ ପ୍ରତିଶ୍ରୁତି ଦେଇଥିଲେ। ପରିସେଶରେ ସିଆରସିସି କୈଳାଶ ଚନ୍ଦ୍ର ମହାରଣା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭାକାର୍ଯ୍ଯ ସମାପ୍ତ କରିଥିଲେ।
(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)