ଏରସମା,୦୨/୧୦(ପିପିଟି); ଶୁକ୍ରବାର ଦିବା ୧୧ଟା ସମୟରେ ଗାନ୍ଧୀ ଜୟନ୍ତୀ ଅବସରରେ ଉତ୍ତରପ୍ରଦେଶ ହାଥରସ ଠାରେ ଗଣ ଦୁଷ୍କର୍ମର ଶିକାର ହୋଇ ମୃତ୍ୟୁବରଣ କରିଥିବା ୧୯ ବର୍ଷୀୟ ନାବାଳିକା ମନୀଷା ବାଲ୍ମୀକି କୁ ତୁରନ୍ତ ନ୍ୟାୟ ପ୍ରଦାନ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥଙ୍କ ଇସ୍ତଫା ଦାବିରେ ସିପିଆଇ ଜିଲ୍ଲା ସମ୍ପାଦକ ଅଭିଜିତ ସାହୁଙ୍କ ନେତୃତ୍ୱରେ ପାର୍ଟି କାର୍ଯ୍ୟାଳୟ ରମାକାନ୍ତ ଭବନ ଠାରୁ ମୁହଁ ରେ କଳାପଟି ପରିଧାନ ପୂର୍ବକ ଶତାଧିକ ସାଥୀମାନଙ୍କର ଏକ ଶୋଭାଯାତ୍ରା ବଜାର ପରିକ୍ରମା କରିବା ପରେ ଏରସମା ବ୍ଲକ ସମ୍ମୁଖରେ ନିରବ ପ୍ରତିବାଦ କରାଯାଇଛି । ଏହି ପ୍ରତିବାଦ କାର୍ଯ୍ୟକ୍ରମରେ କୃଷକ ସଭା ର ରାଜ୍ୟ ସଭାପତି ଶଶୀଭୂଷଣ ସ୍ୱାଇଁ, ପାର୍ଟିର ଏରସମା ଜୋନ ସମ୍ପାଦକ ବଇଁଶୀଧର ବେହେରା, ସହ ସମ୍ପାଦକ ସର୍ବେଶ୍ୱର ବେଉରା ଓ ଦାମୋଦର ବେଉରା, ଜିଲ୍ଲା ସହ ସମ୍ପାଦକ ପିତାମ୍ବର ଦାସ, ପୂର୍ବତନ ବ୍ଲକ ଉପାଧ୍ୟାକ୍ଷ ରାମଚନ୍ଦ୍ର ମୁଦୁଲି, ପ୍ରହଲ୍ଲାଦ କୁଅଁର, ଗୋବିନ୍ଦ ଦାସ, ଯୁବ ନେତା ଦେବାଶିଷ ପରିଜା, ଉତ୍ତମ ହାତୀ, କୈଳାଶ ଦାସ, ଦେବଦତ୍ତ ଦାସ, ବାସୁଦେବ ଖଣ୍ଡୁଆଲ, ରବୀନ୍ଦ୍ର ଜେନା, ତପନ ସ୍ୱାଇଁ ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ।