ଗାନ୍ଧୀଜୀଙ୍କ ୯୪ ତମ ଗୋଵରା ପଦାର୍ପଣ ଦିବସ ।

0 48

ବେଲଗୁଣ୍ଠା,୦୬/୧୨(ପିପିଟି); ଗୋଵରା ଉପେନ୍ଦ୍ର ଭଞ୍ଜ ସାହିତ୍ୟ ପରିଷଦ ପକ୍ଷରୁ ଗାନ୍ଧୀପୀଠ ଠାରେ ଆଜି ପରିଷଦର ସଭାପତି ଗୋପାଳ ଚନ୍ଦ୍ର ଲେଙ୍କାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗାନ୍ଧିଜୀଙ୍କ ୯୪ ତମ ପଦାର୍ପଣ ଦିବସ ଵେଲଗୁଣ୍ଟା ପଞ୍ଚାୟତ ସମିତିର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକଙ୍କ ପଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବେ ସରପଞ୍ଚ ଇନ୍ଦିରାବାଇ ରାଜୁ, ବିଶ୍ଵଭାରତୀ ଆବାସିକ ବିଦ୍ୟାଳୟର ସଭାପତି କୁଞ୍ଜବିହାରୀ ନାୟକ, ଅର୍ଥନୈତିକ ସ୍ଵାଧୀନତା ମଞ୍ଚ, ଓଡ଼ିଶା ର ସଭାପତି ଗୋପାଳ କୃଷ୍ଣ ବିଷୋୟୀ, ଜିଲ୍ଲା ପରିଷଦ ସଭ୍ୟ ଅମିତ୍ କୁମାର ନାୟକ ପ୍ରମୁଖ ଯୋଗ ଦେଇ ଗାନ୍ଧିଜୀଙ୍କ ଗୋଵରା ପଦାର୍ପଣ ଦିବସର ମହତ ବିଷୟରେ ଉଦ୍‌ବୋଧନ ଦେଇଥିଲେ । ପ୍ରଥମେ ଗୋରା ଗାନ୍ଧୀ ବାଞ୍ଛାନିଧି ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ପରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସରପଞ୍ଚ ରାଜେନ୍ଦ୍ର ଗୌଡ଼ ରତ୍ନାସାଗର ମଳିକ, ରାମକୃଷ୍ଣ ପାତ୍ର,ଵିଭୁପାଦ ଜେନା, ଚନ୍ଦ୍ର ଶେଖର ପଣ୍ଡା ପ୍ରମୁଖ ସମସ୍ତ ପ୍ରକାର ସହଯୋଗ କରିଥିଲେ । ଏହି ଅବସରରେ ନାରାୟଣ ଗୈାଡ,ଵିଜୟ ସାହୁ, ହରି ଗୈାଡଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.