ଗାଙ୍ଗପୁର ରୁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଚୋରା ରେ ଖଇନି ଚାଲାଣ, ସରକାରଙ୍କ ଲକ୍ଷାଧିକ ଟଙ୍କାର ରାଜସ୍ବ କ୍ଷତି ।
ବ୍ରହ୍ମପୁର,ତା-୧୬/୧୦(ପିପିଟି): ଗଞ୍ଜାମ ଜିଲ୍ଲାକୁ ରାଉରକେଲା ରୁ ବିଭିନ୍ନ କମ୍ପାନୀର ଖଇନି କୁ ଗୋବରା ଓ ଗାଙ୍ଗପୁରକୁ ବସ ଯୋଗେ ପ୍ରତି ଦିନ ସକାଳୁ ଓହ୍ଲାଇ ଆସ୍କା, କବିସୁର୍ଯ୍ୟ ନଗର, ଶେରଗଡ଼, ଧରାକୋଟ ଓ ହିଞ୍ଜିଳି କାଟୁ କୁ ଟାଟା ଏ ସି ଗାଡ଼ି ରେ ଚାଲାଣ କରା ଯାଉଛି । ଦଶ ଲକ୍ଷ ଟଙ୍କାର ଖଇନିକୁ ମାତ୍ର ଏକ ଲକ୍ଷ ଟଙ୍କାର ବିଲ୍ କାଟି ଖଇନି କୁ ଆଣି ଚାଲାଣ ହେଉଛି । ସରକାରଙ୍କ ପକ୍ଷରୁ ଖଇନି ଉପରେ ସର୍ବାଧିକ ଟିକସ ରହିଛି । ଏହାର ଫାଇଦା ନେଇ ଚୋରା ବ୍ୟବସାୟୀ ମାନେ ସ୍ୱଳ୍ପ ବିଲ୍ ରେ ଲକ୍ଷାଧିକ ଟଙ୍କାର ଖଇନି ଆଣି ବିକ୍ରି କରୁଛନ୍ତି । ଏହି ବ୍ୟବସାୟୀ ମାନେ କେତେକ ଅସାଧୁ କର୍ମଚାରୀ ମାନଙ୍କୁ ହାତ କରି ଏହି ବ୍ୟବସାୟ ଚଳାଇଛନ୍ତି । ପ୍ରକାଶ ଥାଉକି ସରକାର ତମାଖୁ ଉପରେ ତିରିଶି ପ୍ରତିଶତରୁ ଅଧିକ ଟିକସ ଧାର୍ଯ୍ୟ କରିଛନ୍ତି । ଗୋବରା ରୁ ଖଇନି ଆସି ଆସ୍କାରେ ଥିବା ଗୁପ୍ତ ଗୋଦାମରେ ମହଜୁଦ ରଖି ଚାଲାଣ କରା ଯାଉଛି ଜିଲ୍ଲାର ବିଭିନ୍ନ ଅଂଚଳକୁ ବୋଲି ଚର୍ଚ୍ଚା ଶୁଣିବାକୁ ମିଳୁଛି ତେଣୁ ତଦନ୍ତ ସାପେକ୍ଷ । ଯଦି ବେଳେ ବେଳେ କିଏ ପଚାରେ ବିଲ୍ କାହିଁ ବୋଲି ଦଶ ବସ୍ତା ଥିଲେ ଏକ ବସ୍ତାର ବିଲ୍ ଦେଖାଇ ସୁରୁଖୁରୁ ରେ ଖସି ଯାନ୍ତି ଏହି ବ୍ୟବସାୟୀ ମାନେ । ଏହି ଚୋରା କାରବାରକୁ ରାଉରକେଲା ବସ ରେ ଓହ୍ଲାଉ ଥିବା ସମୟରେ ଧରିଲେ କେତେ ବସ୍ତା ଆସଛି କେତେ ବସ୍ତାର ବିଲ୍ ଅଛି ତାହା ଜାଣି ହେବ । ଶୁଣିବାକୁ ମିଳୁଛି ଯେ ବ୍ୟବସାୟୀ ମାନେ କହନ୍ତି ଆମେ ବିଲ ଉପରେ ଖଇନି ଆଣି ବିକୁଛୁ । ଏହି ଘଟଣା ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ସହ ବିଲ୍ କୁ ଯାଞ୍ଚ କରିଲେ ସବୁ ରହସ୍ୟ ପଦାକୁ ଆସିବ ବୋଲି ସାଧାରଣରେ ଦାବି ହେଉଛି ।