ଗାଙ୍ଗପୁର ପେଟ୍ରୋଲ ପମ୍ପ ନିକଟରେ ମିନିଟ୍ରକ ଧକ୍କାରେ ଜେଜେ ମୃତ, ନାତୁଣୀ ଆହତ ।

0 478

ବେଲଗୁଣ୍ଠା,୦୭/୦୪(ପିପିଟି);ଆଜି ସକାଳ ୮ ଘଣ୍ଟ ୨୦ମିନଟ ସମୟରେ ଗଂଜାମ ଜିଲ୍ଲା ଗାଙ୍ଗପୁର ପେଟ୍ରୋଲପମ୍ପ ନିକଟରେ ଏକ ଟିଭିଏସ ଏକ୍ସେଲ ଲୁନା କୁ ମିନିଟ୍ରକ ଧକ୍କାଦେଇ ମିନିଟ୍ରକ ଟି ଓଲଟି ପଡିବାରୁ ଟ୍ରକ ତଳେ ଚାପିହୋଇ ଘଟଣା ସ୍ଥଳରେ ଜେଜେ ବାପାର ମୃତୁ ଘଟିଥିବା ବେଳେ ୧୦ ବର୍ଷର ନାତୁଣୀ ଆହତ ହୋଇଛି ।ଘବରରୁ ଜଣାପଡିଛି ବେଲଗୁଣ୍ଠା ବ୍ଲକ ବଙ୍କା ପଂଚାୟତ ଅନ୍ତର୍ଗତ ସୁରମଣି ଗ୍ରାମର ଦଣ୍ଡପାଣି ନାୟକ (୫୫), ଧରାକୋଟ ବ୍ଲକ ଖଣ୍ଡବନ୍ଧ ଗ୍ରାମରେ ରହୁଥିବା ସମ୍ପର୍କୀୟ ଘରକୁ ମଙ୍ଗଳବାର ଦିନ ଯାଇଥିଲେ । ସେଠାରୁ ଆଜି ସକାଳ ୭ ଘଣ୍ଟ ୩୦ ମିନଟ ସମୟରେ ନିଜଗ୍ରାମ ସୁରମଣିକୁ ଟିଭିଏସ ଏକ୍ସେଲ ରେ ନାତୁଣୀ ପ୍ରିୟଦର୍ଶନୀ ନାୟକ ୮ କୁ ଧରି ଫେରୁଥିବା ସମୟରେ ଗାଙ୍ଗପୁର ପେଟ୍ରୋଲ ପମ୍ପ ନିକଟରେ ଆସିକା ପଟୁ ଭଞ୍ଜନଗର ଆଡେ ଯାଉଥିବା ଏକ ମିନିଟ୍ରକ ଯାହାର ନମ୍ବର ଓଡି୦୨ବିସି- ୬୭୨୭ ଏକ୍ସେଲ କୁ ଧକ୍କା ଦେଇ ମିନିଟ୍ରକଟି ଘଟଣାସ୍ଥଳରେ ଓଲଟି ପଡିଥିଲା,ଗାଡି ତଳେ ଦଣ୍ଡପାଣି ଚାପି ହୋଇଯାଇଥିଲେ ,ଫଳରେ ଦଣ୍ଡପାଣିଙ୍କ ମୁଣ୍ଡକୁ ଗଭୀର ଆଘାତ ଲାଗି ବା ସହ ଦହି ବାହାରି ପଡିବାରୁ ସେ ଘଟଣା ସ୍ଥଳରେ ମୃତୁ ଘଟିଥିଲା ପ୍ରାୟ ଦେଢ଼ ଘଣ୍ଟା ପରେ ଏକ ଜେସିବି ଦ୍ୱାରା ଟ୍ରକ ତଳେ ଚାପିହୋଇ ରହିଥିବା ଦଣ୍ଡପାଣିଙ୍କ ଶବକୁ ବାହାର କରାଯାଇଥିଲା । ନାତୁଣୀ ପ୍ରିୟଦର୍ଶନୀ ସାମାନ୍ୟ ଆହତ ହୋଇଥିଲେ, ସ୍ଥାନୀୟ ଲୋକେ ତାକୁ ଗାଙ୍ଗପୁର ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଖବରପାଇ ଗାଙ୍ଗପୁର ଥାନାଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଛେଦ ପାଇଁ ଭଞ୍ଜନଗର ମେଡିକାଲକୁ ପଠାଇଦେଇ ଦୁର୍ଘଟଣା ଘଟାଇଥିବା ଗାଡିକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛନ୍ତି, ମିନିଟ୍ରକର ଡ୍ରାଇଭର ଓ ହେଲ୍ପର ଘଟଣା ସ୍ଥଳରୁ ଚମ୍ପଟ ମାରିଛନ୍ତି । ମୃତ ଦଣ୍ଡପାଣି ବନବିଭାଗ କାଜୁ ନିଗମରେ ଚତୁର୍ଥ ଶ୍ରେଣୀ କର୍ମଚାରିଭାବେ କାମ କରୁଥିଲେ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.