ଗାଙ୍ଗପୁର ,୧୦/୦୨(ପିପିଟି); ରାଜ୍ୟର ବିଭିନ୍ନ ସ୍ଥାନରେ ଚୋରା ମଦ କାରବାର ପୋଲିସ୍ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଥିବା ବେଳେ ଗାଙ୍ଗପୁର ଥାନା ଅନ୍ତର୍ଗତ କୁଲାଙ୍ଗୀ ଗ୍ରାମ ଏବଂ ଏହାର ଆଖପାଖ ଅଞ୍ଚଳରେ ଗାଙ୍ଗପୁର ପୋଲିସ୍ ବାରମ୍ବାର ଚଢ଼ାଉ କରି ଦେଶୀ ମଦ ଏବଂ ଏହାର ପ୍ରସ୍ତୁତିରେ ସମ୍ପୃକ୍ତ ବ୍ୟକ୍ତି ମାନଙ୍କୁ ଗିରଫ କରୁଥିଲେ ସେହି ଅଞ୍ଚଳର ଲୋକେ ସୁଧୁରିବାର ନାଁ ଧରୁ ନାହାନ୍ତି । କିଛି ଦିନର ବ୍ୟବଧାନ ପରେ ଆଜି ପୁଣି ଗାଙ୍ଗପୁର ପୋଲିସ୍ କୁଲାଙ୍ଗୀ ଗ୍ରାମରେ ଚଢ଼ାଉ କରି ୨୫୦୦ ଲିଟର୍ ପୋଚ ନଷ୍ଟ କରିବା ସହ ୬୫୦ ଲିଟର୍ ଦେଶୀ ମଦ, ଦୁଇଟି ମୋଟରସାଇକେଲ୍ ଜବତ କରି ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି । ଏନେଇ ଗାଙ୍ଗପୁର ଥାନାରେ କେଶ୍ ନମ୍ବର୍ ୪୭/୨୧ ଏବଂ ୪୮/୨୧ ରେ ଦୁଇଟି ପୃଥକ ମାମଲା ରୁଜୁ କରାଯାଇ ତଦନ୍ତକାରୀ ଅଫିସର ସୁକାନ୍ତ କୁମାର ପ୍ରଧାନ ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା କଥା ଗାଙ୍ଗପୁର ଥାନା ଅଧିକାରୀ ଧୀରେଶ କୁମାର ଦାସ ପ୍ରକାଶ କରିଛନ୍ତି ।
(ରିପୋର୍ଟ – ସୁଶାନ୍ତ କୁମାର ବେହେରା। )