ଗାଙ୍ଗପୁର ଆମ ପୋଲିସ ସମିତି ଓ ବେଲଗୁଣ୍ଠା ପ୍ରେସ କ୍ଲବ ତରଫରୁ ରକ୍ତଦାନ ଶିବିର ।

0 323

ଭଞ୍ଜନଗର,୨୨/୦୯(ପିପିଟି):ଭଞ୍ଜନଗର ରକ୍ତଭଣ୍ଡାର ରେ ଗତ କିଛି ଦିନ ହେଲା ରକ୍ତର ଘୋର ଅଭାବ ଦେଖାଦେଇଛି। ଯାହାଫଳରେ ପ୍ରତିଦିନ ସ୍ବେଛାସେବୀ ସଙ୍ଗଠନ ବିପଦର ବନ୍ଧୁ ଓ ଅନ୍ୟ କେତେକ ସ୍ବେଚ୍ଛାକୃତ ରକ୍ତଦାତା ଆସି ରକ୍ତ ଦେଇ ରୋଗୀଙ୍କୁ ସାହାଯ୍ୟ କରିଆସୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଗାଙ୍ଗପୁର ଆମ ପୋଲିସ ସମିତି ଓ ବେଲଗୁଣ୍ଠା ପ୍ରେସ କ୍ଲବ ମିଳିତ ଭାବେ ବୁଧବାର ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ର ଆୟୋଜନ କରିଥିଲେ। ଏଥିରେ ମୋଟ ୪୫ୟୁନିଟ ରକ୍ତ ସଂଗୃହିତ ହୋଇଥିବା ଜଣାପଡିଛି। ଯାହା ଫଳରେ ଆଗକୁ କିଛି ଦିନ ରକ୍ତ ସମସ୍ୟା ଦୂର ହୋଇପାରିବ। ଏହି ମହତ୍ କାର୍ଯ୍ୟରେ ସୋରଡ଼ା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ, ଭଞ୍ଜନଗର ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ମେଡ଼ିକାଲ ଅଧିକ୍ଷକ ସୀତାଂଶୁ ଶେଖର ଶତପଥି, କୁଞ୍ଜ ବିହାରୀ ନାୟକ, ଶୂଳପାଣି ଶତପଥି, ଗାଙ୍ଗପୁର ଥାନା ଅଧିକାରୀ ଧୀରେଶ କୁମାର ଦାଶ, ବେଲଗୁଣ୍ଠା ପ୍ରେସ କ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ବିଭୂପାଦ ଜେନା, ପ୍ରଭାତ ସାହୁ, ସନ୍ତୋଷ ବିଷୋୟୀ, ଭଞ୍ଜନଗର ୟୁଜେଏ ର ସଭାପତି ଜୟକୃଷ୍ଣ ପଟ୍ଟନାୟକ, ଜିଲ୍ଲା ସଂଯୋଜକ ବିଶ୍ବମ୍ବର ଜେନା ଓ ଅନ୍ୟମାନେ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ରକ୍ତଭଣ୍ଡାର ର ସମସ୍ତ କର୍ମଚାରୀ ଓ ପୋଲିସ ଏଥିରେ ସହଯୋଗ କରିଥିଲେ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ ।)

Leave A Reply

Your email address will not be published.