ଗାଁ ସାଥି ସଂଘ ପକ୍ଷରୁ ମେଟ ଚୟନ ପ୍ରକ୍ରିୟା ବନ୍ଦ କରିବାକୁ ଦାବି ।

0 33

ଉଲୁଣ୍ଡା,୨୬/୦୯(ପିପିଟି); ପଲ୍ଲିସଭା ମାଧ୍ୟମରେ ମହିଳା ଏସଏଚଜି ରୁ ଦୁଇ ଜଣ ମହିଳାଙ୍କୁ କରାଯାଉଥିବା ମେଟ ଚୟନ ପ୍ରକ୍ରିୟା ବନ୍ଦ କରିବା ଦାବିରେ ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବ୍ଲକ ଗାଁ ସାଥି ସଂଘ ପକ୍ଷରୁ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ସୁବର୍ଣ୍ଣପୁର ଡିଆରଡିଏ ପ୍ରକଳ୍ପ ନିର୍ଦେଶକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ପୂର୍ବରୁ ଗାଁ ସାଥି ମାନେ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ଉଚ୍ଚ ନ୍ୟାୟାଳୟ ରହିତାଦେଶ ଜାରି କରିଥିବା ଦାବିପତ୍ରରେ ଉଲ୍ଲେଖ ଅଛି ।ଦାବିପତ୍ର ପ୍ରଦାନ ସମୟରେ ଗାଁ ସାଥି ସଂଘ,ବିରମହାରାଜପୁର ବ୍ଲକ ସଭାପତି ଅଚ୍ୟୁତାନନ୍ଦ ସାହୁ, ସମ୍ପାଦକ ରାଜକୁମାର ସାହୁ, ରାଧେଶ୍ୟାମ ସେଠି,କୁଞ୍ଜବିହାରି ପଧାନ,ବାବୁଲା ପ୍ରଧାନ,ସୌମିତ୍ରୀ ପ୍ରଧାନ, ପ୍ରଭଞ୍ଜନ ପ୍ରଧାନ,ଶୁଭେନ୍ଦୁ ନାୟକ,ଶ୍ରୀନିବାସ ପଧାନ ପ୍ରମୁଖ ଉପସ୍ଥିତ ଥିଲେ । (ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ ।)

Leave A Reply

Your email address will not be published.